ଜଗା ଦର୍ଶନକୁ ନେଇ ବଡ଼ ଘୋଷଣା; ରାତ୍ରର ଏହି ସମୟରେ କରିବେ ସୁଲଭ ଦର୍ଶନ

143

ପୁରୀ: ଏଣିକି ରାତିରେ ବି ମିଳିବ ଜଗା ଦର୍ଶନ । ରାତି ତମାମ ମହାପ୍ରଭୁଖଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଏ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଡିସେମ୍ବର 16 ରୁ ରାତି 2 ରେ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଛି । ଚଳିତମାସ 16 ଜାନୁୟାରୀ 14 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜୀଉଙ୍କ ପହିଲି ଭୋଗ ସହ 15 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧନୁ ସଂକ୍ରାନ୍ତି ଓ ଜାନୁୟାରୀ 25 ତାରିଖରେ ହେବାକୁ ଥିବା ଦେବାଭିଷେକ ନୀତି ସମ୍ପର୍କରେ ଆଲୋଚନା କରାଯାଇ ନୀତିନିର୍ଘଣ୍ଟ କରାଯାଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକରେ ଆଗାମୀ ଜାନୁୟାରୀ 17 ତାରିଖରେ ଲୋକାର୍ପିତ ହେବାକୁ ଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଏଥିରେ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ପିଲିଗ୍ରିମ ସେଣ୍ଟର ଠାରେ ସ୍ୱତନ୍ତ୍ର ପ୍ରଦର୍ଶନୀ କରାଯିବ । ଏଠି ସହ ଶ୍ରୀମନ୍ଦିର ଐତିହ୍ୟକୁ ନେଇ ଲେଜର ଶୋ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଭବ୍ୟ ଭାବେ ଏହି ଲୋକାର୍ପଣ ଉତ୍ସବକୁ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଥିବା ବେଳେ ପୁରୀର ସବୁ ଘରେ ଦୀପଦାନ ପାଇଁ ନିବେଦନ କରିଥିଲେ ମୁଖ୍ୟ ପ୍ରଶାସକ ।

ଗତ 8 ତାରିଖରେ ଅନୁଷ୍ଠିତ ନୀତି ସବ୍ କମିଟି ବୈଠକରେ ପହିଲି ଭୋଗ, ଧନୁ ସଂକ୍ରାନ୍ତି ନେଇ ହୋଇଥିବା ନୀତି ନିର୍ଘଣ୍ଟକୁ ଛତିଶା ନିଯୋଗ ମୋହର ମାରିଥିବା ବେଳେ ବଡି ଭୋର 2 ଟାରୁ ଦ୍ୱାରଫିଟା ନୀତି କରାଯିବ । ଆବଶ୍ୟକ ପଡ଼ିଲେ ବିଶେଷ ଦିନ ମାନଙ୍କରେ ପହୁଡ଼ ନୀତିରେ କାଣ୍ଟ ଛାଣ୍ଟ କରାଯିବ । ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ବଡଦାଣ୍ଡ ରେ ସିତତାପ ଶେଡ଼ ର ବ୍ୟବସ୍ଥା ଶୀଘ୍ର ଶେଷ କରିବା ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ଓ ଏହା ପାର୍ଶ୍ଵରେ ଦୁଇ ହଜାର ଲୋକଙ୍କ ପାଇଁ ମଧ୍ୟ ସେଡ଼ର ବ୍ୟବସ୍ଥା କରାଯିବ ।

Comments are closed, but trackbacks and pingbacks are open.