EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

58

ନୂଆଦିଲ୍ଲୀ: ଅର୍ଥ ହେରେଫେରେ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପକ୍ଷରୁ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ପ୍ରତିଷ୍ଠିତ ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଇଣ୍ଡିଆନ୍ PAC କନସଲ୍ଟିଂ ପ୍ରାଇଭେଟ୍ ଲିମିଟେଡ୍’ (I-PAC) ର ନିର୍ଦ୍ଦେଶକ ବିନେଶ ଚାଣ୍ଡେଲଙ୍କୁ ଗିରଫ କରିଛି ED। ଅର୍ଥ ହେରେଫେରେ ନିବାରଣ ଆଇନ (PMLA) ଅଧୀନରେ ଏହି ଗିରଫଦାରୀ ହୋଇଛି। ସଂସ୍ଥା ମାଧ୍ୟମରେ ପ୍ରାୟ ୫୦ କୋଟି ଟଙ୍କାର ସନ୍ଦେହଜନକ କାରବାର ହୋଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀ ପୋଲିସର FIR ଭିତ୍ତିରେ ED ନିଜର ଛାନଭିନ୍ ଆରମ୍ଭ କରିଥିଲା। ବିନେଶ ଚାଣ୍ଡେଲ ହେଉଛନ୍ତି I-PAC ର ପ୍ରତିଷ୍ଠାତା ତଥା ୩୩ ପ୍ରତିଶତ ଅଂଶଧନର ମାଲିକ। ତଦନ୍ତକାରୀ ସଂସ୍ଥାର ଦାବି ଅନୁଯାୟୀ, କମ୍ପାନୀ ମାଧ୍ୟମରେ ଏକ ସଂଗଠିତ ମନି ଲଣ୍ଡରିଂ ନେଟୱାର୍କ ପରିଚାଳିତ ହେଉଥିଲା। ପ୍ରାରମ୍ଭିକ ତଦନ୍ତରେ ଅନେକ ଆର୍ଥିକ ଅନିୟମିତତାର ପ୍ରମାଣ ମିଳିବା ପରେ ED ଏହି ପଦକ୍ଷେପ ନେଇଛି। ଏହି ଗିରଫଦାରୀ ପରେ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Comments are closed, but trackbacks and pingbacks are open.