ଭୁବନେଶ୍ୱର ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣା : ଦୁଇ ଆନ୍ତଃ ରାଜ୍ୟ ବାଙ୍ଗଲାଦେଶୀ ଲୁଟେରା ଗିରଫ

36

ଭୁବନେଶ୍ବର ଲିଙ୍ଗିପୁର ଏଟିଏମ୍ ଲୁଟ୍ ଘଟଣାରେ ୨ ଅଭିଯୁକ୍ତ ଗିରଫ I ଏହି ଘଟଣାରେ କମିଶନରେଟ୍‌ ପୁଲିସ ବାଙ୍ଗାଲୋର ରୁ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ବାଂଲାଦେଶୀ ହୋଇଥିବା ବେଳେ ଆଉ ଜଣେ କୋଲକାତାର। ୨ ଅଭିଯୁକ୍ତ ହେଲେ ବାଲାଂଦେଶର ଖୋକନ ମୂଲା ଏବଂ ମିରାଜୁନ ମେହବାନ ମୂଲା । ଘଟଣାରେ ଅନ୍ୟ ୪ଜଣ ଲୁଟେରାଙ୍କ ସଂପୃକ୍ତି ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ଛାନଭିନ୍ ଚଳାଇଛି Iପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ଖବର ଅନୁଯାୟୀ, କିଛି ଦିନ ତଳେ ରାଜସ୍ଥାନରେ ଯେଉଁ ଷ୍ଟାଇଲରେ ଏଟିଏମ୍ ଲୁଟ କରିଥିଲେ, ଲିଙ୍ଗିପୁର ଏଟିଏମ୍ ଲୁଟ ସମାନ ଷ୍ଟାଇଲରେ ହୋଇଥିଲା । ଗତ ୫ ତାରିଖରେ ଶିଶୁପାଳଗଡ଼ ଲିଙ୍ଗିପୁରସ୍ଥିତ SBI ଏଟିଏମ୍ ତାଡିନେଇଥିଲେ ଦୁର୍ବୃତ୍ତ । ଏଟିଏମ୍ ବକ୍ସରୁ ଟଙ୍କା ଖାଲି କରି ଦୟା ନଦୀ କୂଳରେ ଫୋପାଡି ଦେଇଥିଲେ । ସେଠାରୁ ଭଙ୍ଗା ଏଟିଏମ୍ ସହ ଚୋରା ଟାଟା ଏସିଇ ଗାଡି ଜବତ କରିଥିଲା ପୋଲିସ । ପ୍ରଥମ ଥର ପାଇଁ ଲୁଟେରାମାନେ ଏଟିଏମ ତାଡି ନେବା ଘଟଣା ଦେଖା ଯାଇଥିଲା। ଏ ଘଟଣାକୁ ତର୍ଜମା କରିବା ପରେ ଜଣା ପଡ଼ିଥିଲା ବହୁ ରାଜ୍ୟରେ ଏଭଳି ଘଟଣା ଘଟିଛି।
ପୂର୍ବରୁ ଦିଲ୍ଲୀରେ ବି ଏଭଳି ଘଟଣା ଘଟିଥିବା ବେଳେ ପୋଲିସ ଏହି ଗ୍ୟାଙ୍ଗକୁ ଖୋଜୁଥିଲା । ତେବେ ଏହି ଲୁଟେରା ଗ୍ୟାଙ୍ଗର ସମସ୍ତ ସଦସ୍ୟ ବାଙ୍ଗାଦେଶୀ ବୋଲି ଜଣାପଡିଛି । ଏହି ଗ୍ୟାଙ୍ଗକୁ ଧରିବାକୁ କମିଶନରେଟ୍ ପୋଲିସର ଏକ ଟିମ୍ ବାଙ୍ଗାଲୋର ଯାଇଥିଲା । ସେଠାରେ ବିଭିନ୍ନ ହୋଟେଲରେ ଚଢଉ କରିବା ପରେ ଗ୍ୟାଙ୍ଗର ୨ ସଦସ୍ୟଙ୍କୁ ଗିରଫ କରାଯାଇଛି ।
ପୁଲିସ୍ କମିଶନର ଆହୁରି କହିଛନ୍ତି ଯେ ଏହି ମାମଲାରେ ଆହୁରି ୪ ଜଣ ଅଭିଯୁକ୍ତ ଅଛନ୍ତି। ସେମାନେ ସେହି ବେଙ୍ଗାଲୁରୁ ବା ଏହା ଆଖପାଖ ଅଞ୍ଚଳରେ କେଉଁଠି ଥାଇପାରନ୍ତି ବୋଲି ଆମେ ଆଶା କରୁଛୁ। ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କଲେ ଆହୁରି ଅଧିକ ତଥ୍ୟ ମିଳିପାରିବ।

Comments are closed, but trackbacks and pingbacks are open.