ଭୁବନେଶ୍ୱର ବଡ଼ଗଡ଼ ହାଜତ ମୃତ୍ୟୁ ମାମଲା : ବଦଳିଲେ ତଦନ୍ତକାରୀ ଅଧିକରୀ

35

ଗତକାଲି ଭୁବନେଶ୍ୱର ବଡଗଡ ଥାନା ହାଜତ ମୃତ୍ୟୁ ମାମଲା I ଏନଏଚଆରସି ଗାଇଡ଼ଲାଇନ୍ ଅନୁସାରେ ରେ ବଦଳିଲେ ତଦନ୍ତକାରୀ ଅଧିକାରୀ ଏସ. କେ .ବେହେରା । ଏହି ମାମଲାରେ ଏଚଆରପିସିର ଜଣେ ଅଫିସର ତଦନ୍ତ କରିବେ । ଜଣେ ଅତିରିକ୍ତ ଡିସିପି ମାମଲାର ତଦନ୍ତ କରୁଛନ୍ତି । ପୋଷ୍ଟମଟର୍ମ ରିପୋର୍ଟ ସହ କେଉଁ ପରିସ୍ଥିତିରେ ସେ ଆସିଲେ କେତେବେଳେ ଅସୁସ୍ଥ ଅନୁଭବ କଲେ ଓ କେତେବେଳେ ତାଙ୍କୁ ମେଡିକାଲ ନିଆଯାଇଥିଲା ସେ ଦିଗରେ ହେବ ତଦନ୍ତ । ଏହା ସହ ୪୮ ଘଂଟା ମଧ୍ୟରେ ଏନଏଚଆରସିକୁ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗତ କାଲି ସାଇକେଲ ଚୋରି ଘଟଣାରେ ରସୁଲଗଡ଼ ନିକଟରୁ ବଡ଼ଗଡ଼ ପୋଲିସ ର ପାଟ୍ରୋଲିଂ ସମୟରେ ଦେବେନ୍ଦ୍ରଙ୍କୁ ଥାନାକୁ ଉଠାଇ ଆଣିଥିଲା I ପୁଲିସ କବଜାରେ ଥିବା ସମୟରେ ଦେବେନ୍ଦ୍ରଙ୍କ କେମିତି ମୃତ୍ୟୁ ହେଲା ସେନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇପାରିନି ।
ଯାହାକି ମାମଲାକୁ ଆହୁରି ରହସ୍ୟମୟ କରି ପକାଇଛି । ପ୍ରଦୀପ ଓରଫ ଦେବେନ୍ଦ୍ରଙ୍କୁ ପିଟିପିଟି ପୁଲିସ ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ ଆଣିବା ପରେ ମାମଲା ଆହୁରି ଗୋଳିଆ ହୋଇଯାଇଛି ।

Comments are closed, but trackbacks and pingbacks are open.