୪୪.୬ ଡିଗ୍ରିରେ ରେକର୍ଡ କଲା ଭୁବନେଶ୍ୱର ତାପମାତ୍ରା,ଆହୁରି ୪ ଦିନ ଜାଳିବ

41

ଭୁବନେଶ୍ୱର : ତତଲା ତାୱାରେ ଭାଜି ହେଉଛି ସାରା ଓଡିଶା I ଆକାଶରୁ ଖସୁଛି ଅଗ୍ନି ପିଂଡୁଳା ଆଜି ସକାଳ ୫ ଟା ବେଳକୁ ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୩୦.୨ ରହିଥିଲା I ସେହିପରି ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ୪୪.୬ ଡ଼ିଗ୍ରି ପାର କରି ରେକର୍ଡ କରିଥିବାବେଳେ କଟକରେ ଏହା ୪୨.୨ ଡ଼ିଗ୍ରି ରେକର୍ଡ ହୋଇଛି। ଜୁନ ୨୦ ତାରିଖ ଯାଏଁ ପାଗରେ ପରିବର୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆସନ୍ତା ୪ ଦିନ ପାଇଁ ହିଟେଓ୍ଵଭ୍‌ ଓ୍ଵାର୍ଣ୍ଣଂ ଜାରି କରିଛି ପାଣିପାଗ ବିଭାଗ । ଅଧିକାଂଶ ଜିଲ୍ଲାରେ ପାରଦ ସ୍ୱାଭାବିକଠାରୁ ୪-୭ ଡିଗ୍ରୀ ସେଲସିୟସ୍‌ ଯାଏ ଅଧିକ ରହିବ ।

ଗତ ୧୩ ଓ ୧୪ ତାରିଖରେ ରଜ ପାଗ ଯୋଗୁଁ ତାପମାତ୍ରାରେ ସାମାନ୍ୟ ପରିବର୍ତନ ହୋଇଥିବା ବେଳେ ଆଜି ଭୁବନେଶ୍ବରବାସୀ ପ୍ରବଳ ଖରା ଏବଂ ଗରମରେ ଛଟପଟ ହୋଇଛନ୍ତି। ଦିନ ସମୟରେ ବାହାରକୁ ବାହାରିବା ବେଳେ ଭାରି ଯନ୍ତ୍ରଣା ଅନୁଭବ କରିଛନ୍ତି। ଭୁବନେଶ୍ବରରେ ଗୁରୁବାର ଦିନ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ କରାଯାଇଥିଲା। ଏହା ପୂର୍ବରୁ ୧୪ ତାରିଖରେ ୩୪.୪ ଡିଗ୍ରି ଛୁଇଁଥିଲା। ସେହିପରି ଜୁନ ୧୩ ତାରିଖରେ ୩୪.୨ ଡିଗ୍ରି ପାରା ଛୁଇଁଥିଲା।

ପାଣିପାଗ ବିଭାଗ ସୂଚନାନୁସାରେ, ଆଜି ରାଜ୍ୟରେ ୩୧ଟି ସହରର ତାପମାତ୍ରା ୪୦ ଡିଗ୍ରି ଅଥବା ଏଥିରୁ ଊର୍ଦ୍ଧ୍ବ ରହିଛି। ଏଥିରେ ସୋନପୁରରେ ସର୍ବାଧିକ ୪୫.୬ ଡ଼ିଗ୍ରି ଏବଂ ଝାରସୁଗୁଡାରେ ୪୫.୪ ଡ଼ିଗ୍ରି ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ବଲାଙ୍ଗୀରରେ ତାପମାତ୍ରା ୪୫.୩, ସମ୍ବଲପୁରରେ ୪୪.୮, ଅନୁଗୁଳରେ ୪୪.୭, ହୀରାକୁଦରେ ୪୪.୬, ସୁନ୍ଦରଗଡ଼ରେ ୪୪.୫, ତାଳଚେରରେ ୪୪.୪, ବୌଦ୍ଧରେ ୪୪.୨, ରାଉରକେଲା, ବରଗଡ଼ରେ ୪୪, ନୟାଗଡ଼, ଢେଙ୍କାନାଳ, ଟିଟିଲାଗଡ଼ରେ ୪୩.୫, ବାରିପଦା, ବ୍ରହ୍ମପୁରରେ ୪୩.୨, ନୂଆପଡ଼ା, ଭବାନୀପାଟଣା, ଖୋର୍ଦ୍ଧାରେ ୪୩, ମାଲକାନଗିରିରେ ୪୨.୪, ଦେବଗଡ଼ରେ ୪୨, କେନ୍ଦ୍ରାପଡ଼ାରେ ୪୧.୮, ଫୁଲବାଣୀରେ ୪୧.୫, ପାରଳାଖେମୁଣ୍ଡିରେ ୪୦.୯, କେନ୍ଦୁଝର, ଜଗତସିଂହପୁରରେ ୪୦.୫, ଭଦ୍ରକରେ ୪୦.୪, ଚାନ୍ଦବାଲିରେ ୪୦.୪ ଓ ଯାଜପୁରରେ ୪୦ ଡିଗ୍ରି ପାରା ଛୁଇଁଛି।

Comments are closed, but trackbacks and pingbacks are open.