ଭୁବନେଶ୍ୱର : ଇଞ୍ଜିନିୟରିଂକଲେଜ ଛାତ୍ରଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

60

ଭୁବନେଶ୍ୱର: ରାଜ୍ୟରେ ଛାତ୍ର ଆତ୍ମହତ୍ୟା ମାମଲା ଥମୁନାହିଁ I ରାଜଧାନୀରେ ପୁଣି ଜଣେ ଇଞ୍ଜିନିୟରିଂ ଛାତ୍ର କରିଛନ୍ତି ଆତ୍ମହତ୍ୟା I ଲିଙ୍ଗରାଜ ଥାନା ଅନ୍ତର୍ଗତ ପୁନାମା ଗେଟ ନିକଟ ରହୁଥିବା ଏକ ଭଡ଼ାଘରୁ ମୃତଦେହ ଉଦ୍ଧାର I ମୃତକ ହେଲେ ଜଗତସିଂହପୁର ତିର୍ତ୍ତୋଲ ଗୋରାଡ ଗାଁର ସିଦ୍ଧାର୍ଥ ନାୟକ। ସିଦ୍ଧାର୍ଥଙ୍କ ବାପା କିଶୋର କୁମାର ନାୟକ ଜଣେ ଅଧ୍ୟାପକ। ସିଦ୍ଧାର୍ଥ ଖୋର୍ଦ୍ଧା ରେ ଥିବା ଏକ ଘରୋଇ ଇଂଜିନିୟରିଂ କଲେଜରେ ପଢୁଥିଲେ। ୨୦ ଦିନ ହେବ ଏଠାରେ ଘରଭଡା ନେଇ ରହୁଥିଲେ। ଖବର ପାଇବା ପରେ କବାଟ ଭାଙ୍ଗି ମୃତଦେହ ଉଦ୍ଧାର କରିଛି ଲିଙ୍ଗରାଜ ଥାନା ପୁଲିସ। ଏହାପରେ ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।ଛାତ୍ର ଜଣକ ଇଞ୍ଜିନିୟରିଂ ଶେଷ ବର୍ଷର ରେ ଥିଲେ ବୋଲି ଜାଣିବାକୁ ପାଇଛି ପୋଲିସ। ତେବେ ସେ କାହିଁକି ଏପରି କଲେ ତାହା ସ୍ପଷ୍ଟ ହୋଇନାହିଁ I

Comments are closed, but trackbacks and pingbacks are open.