ଭୁବନେଶ୍ୱର: ବ୍ରାଉନ୍ସୁଗାର ସହ ବେପାରୀ କୁ ଗିରଫ କଲା ଏସଟିଏଫ

24

ଭୁବନେଶ୍ୱର : ରାଜଧାନୀରୁ ଜବତ ହେଲା ଧଳା ଜହର I ଆଜି ଭୋର ରୁ ଖୋର୍ଦ୍ଧା-ଜଟଣୀ ବାଇପାସ୍‌ ନିକଟରୁ ୨ କିଲୋ ୨୦ ଗ୍ରାମର ବ୍ରାଉନ୍‌ସୁଗାର ଜବତ ସହ ନିଶା ବେପାରୀଙ୍କୁ କାବୁ କଲା ସ୍ପେଶାଲ ଟାସ୍କଫୋର୍ସ I ଗିରଫ ଅଭିଯୁକ୍ତ ଜଣକ ହେଲା ନୟାଗଡ଼ ଅନ୍ଧାରୁଆର ରାକେଶ ସାମନ୍ତରାୟ। ଯାହାର ଅନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ।

ସୂଚନାନୁସାରେ ଗିରଫ ଅଭିଯୁକ୍ତ ଜଣକ ୨୦୧୮ରେ ସଂଗଠିତ ଏକ ହତ୍ୟା ମାମଲାରେ ବିଚାର ବିଭାଗୀୟ ହାଜତରେ ଥିବା ବେଳେ ନିକଟରେ କଣ୍ଡିସନାଲ ବେଲ ପାଇ ବାହାରକୁ ଆସିଥିଲେ।ଜାମିନରେ ଆସି ପୁଣି ନିଶା କାରବାର ଚଳାଇଥିଲା I ଖଣ୍ଡଗିରି ଥାନାରେ ତାଙ୍କ ନାମରେ ଏହି ହତ୍ୟା ମାମଲା ରହିଛି।

ନିଶା ବିରୋଧରେ STF ପକ୍ଷରୁ ଚାଲିଛି ସ୍ପେଶାଲ ଡ୍ରାଇଭ।୨୦୨୦ରୁ ଆଜି ଯାଏଁ ୬୧ କେଜି ବ୍ରାଉନସୁଗର ଓ ହେରୋଇନ ସହ ୧୧୧ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି STF। ଏହି ଅଭିଯାନ ଆଗକୁ ଜାରି ରହିବ ବୋଲି STF ତରଫରୁ ସୂଚନା ମିଳିଛି।

Comments are closed, but trackbacks and pingbacks are open.