ଭୁବନେଶ୍ୱର : ହେତୁବାଦୀ-ପରମ୍ପରାବାଦୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟଣା, ୮ ଗିରଫ

24

ଭୁବନେଶ୍ୱର : ଗ୍ରହଣ ସମୟରେ ଖାଦ୍ୟ ଭକ୍ଷଣକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀ ଙ୍କ ମଧ୍ୟରେ ଭୁବନେଶ୍ୱର ଏବଂ ବ୍ରହ୍ମପୁରରେ ଗଣ୍ଡଗୋଳ ହୋଇଥିଲା I କଥା ଏତେ ଆଗକୁ ବଢି ଯାଇଥିଲା ଯେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତୀ ହୋଇ ବିଧା ଗୋଇଠା ଓ ଗୋବର ମାଡ଼ କରାଯାଇଥିବାର ମଧ୍ୟ ଦେଖାଯାଇଥିଲା I

ଘଟନାନୁସାରେ,ଗତକାଲି ଚନ୍ଦ୍ର ଗ୍ରହଣ ଥିବାରୁ ଭୁବନେଶ୍ୱର ଲୋହିଆ ଏକାଡେମୀରେ ହେତୁବାଦୀଙ୍କ ପକ୍ଷରୁ ଏକ ମିଟିଂ ରଖାଯାଇଥିଲା । ଏହା ସହିତ ଖାଦ୍ୟ ଗ୍ରହଣର କାର୍ଯ୍ୟକ୍ରମ ଥିଲା। ତେବେ ସେମାନଙ୍କର କାର୍ଯ୍ୟକ୍ରମ ଚାଲିଥିବା ବେଳେ ପରମ୍ପରାବାଦୀମାନେ ସେଠାରେ ପହଞ୍ଚି ପ୍ରତିବାଦ କରିଥିଲେ। ହେତୁବାଦୀଙ୍କ ମିଟିଂକୁ ପରମ୍ପରାବାଦୀମାନେ ଘଣ୍ଟ ବାଡ଼େଇ ବିରୋଧ କରିଥିଲେ । ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଭକ୍ଷଣକୁ ବିରୋଧ କରି ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଚନ୍ଦ୍ର ଗ୍ରହଣରେ ଖାଦ୍ୟ ଗ୍ରହଣ ପରମ୍ପରା ବିରୋଧୀ ବୋଲି କହିଥିଲେ I ସେହିପରି ହେତୁବାଦୀମାନେ ଚନ୍ଦ୍ରଗ୍ରହଣ ଓ ସୂର୍ଯ୍ୟ ପରାଗ କୁ ବିଜ୍ଞାନ ସମ୍ମତ ବୋଲି କହିଥିଲେ I ଏହି ବାଦ ବିବାଦକୁ ନେଇ ଲୋହିଆ ଏକାଡେମୀରେ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା। ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ମାଡ଼ କରିଥିଲେ। ପୁଲିସ୍ ଉପସ୍ଥିତ ଥିବା ସତ୍ତ୍ୱେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହି ଘଟଣାରେ ଖାରବେଳନଗର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୮ ଜଣଙ୍କୁ ଗିରଫ କରିଛି I

Comments are closed, but trackbacks and pingbacks are open.