ନାମାଙ୍କନ ପତ୍ର ଦାଖଲ କଲେ ଭୁବନେଶ୍ୱର ସାଂସଦ ପାର୍ଥି

66

ଭୁବନେଶ୍ବର: ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ସାଂସଦ ପ୍ରାର୍ଥି ଅପରାଜିତା ଷଡ଼ଙ୍ଗୀ ଏବଂ ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥିପତ୍ର ଦାଖଲ କଲେ ସାଂସଦ ପ୍ରାର୍ଥିନୀ  ଅପରାଜିତା ଷଡ଼ଙ୍ଗୀ ।

ବିଜେଡି ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟମଧ୍ୟ ତାଙ୍କର  ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଉଭୟ ପ୍ରାର୍ଥିଙ୍କ ସମର୍ଥକମାନେ ହେଲେ  ମୁହାଁ ମୁହିଁ । ଉଭୟଙ୍କ ସମର୍ଥକମାନେ ଜୋର୍‌ଦାର ହୋ-ହଲ୍ଲା କରିବା ସହ ନାରାବାଜି କରିଥିଲେ । ବିଜେଡି ସମର୍ଥକମାନେ ଜୟ ଜଗନ୍ନାଥ କହିଥିବା ବେଳେ ବିଜେପି ସମର୍ଥକମାନେ ଜୟ ଶ୍ରୀରାମ କହି ନାରାବାଜି କରିଥିଲେ। ଘଟଣାସ୍ଥଳରେ ଖୋର୍ଦ୍ଧା ଏସ୍‌ପି ପହଞ୍ଚି ଉତ୍ତ୍ୟେକ୍ତ ଲୋକଙ୍କୁ ବୁଝାଶୁଝା କରୁଛନ୍ତି ।

Comments are closed, but trackbacks and pingbacks are open.