ଭୁବନେଶ୍ବର: ଓଡିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ଏକ ପ୍ରେକ୍ଷାଳୟକୁ ଉଦଘାଟନ କରି ଚର୍ଚ୍ଚାରେ ଅଛନ୍ତି ବିଜେଡି ସାଂସଦ ଅପରାଜିତା ଷଡଙ୍ଗୀ। ସେ ବର୍ତ୍ତମାନ ସଂସଦୀୟ ପ୍ରତିନିଧି ଦଳରେ ବିଦେଶ ଗସ୍ତରେ ଥିବା ବେଳେ ଜାକର୍ତ୍ତାରେ ସେ ଏହି ହଲ କୁ ଉଦଘାଟନ କରିଛନ୍ତି। ଇଣ୍ଡୋନେସିଆରେ ଥିବା ଭାରତୀୟ ଦୂତାବାସରେ ଏହି ହଲ ନିର୍ମାଣ କରାଯାଇଛି। ଏହି ଉତ୍ସବରେ ସେଠାରେ ଥିବା ପ୍ରବାସୀ ଓଡିଆମାନେ ସାମିଲ ହୋଇଥିଲେ। ଏ ନେଇ ଭାରତୀୟ ଦୂତାବାସ ତରଫରୁ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ସେଥିରେ କୁହାଯାଇଛି ଯେ, ବହୁଦଳୀୟ ସଂସଦୀୟ ପ୍ରତିନିଧିମଣ୍ଡଳୀର ଇଣ୍ଡୋନେସିଆ ଗସ୍ତ ସମୟରେ, ଓଡ଼ିଶାର ମାନ୍ୟବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ ଓଡ଼ିଆ ସମାଜର ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ। ସେ ଦୂତାବାସର ‘ବିଜୁ ହଲ୍’ ମଧ୍ୟ ଉଦଘାଟନ କରିଥିଲେ ଏବଂ ଇଣ୍ଡୋନେସିଆର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଏବଂ ବିମାନଚାଳକ ସ୍ୱର୍ଗତ ଓଡ଼ିଆ ନେତା ଶ୍ରୀ ବିଜୁ ପଟ୍ଟନାୟକଙ୍କ ସ୍ମାରକୀ ଫଳକ ଉନ୍ମୋଚନ କରିଥିଲେ, ଯେଉଁଥିପାଇଁ ସେ ସର୍ବୋଚ୍ଚ ନାଗରିକ ପୁରସ୍କାର ‘ବିନ୍ତାଙ୍ଗ ଜସା ଉତାମା’ ଏବଂ ଇଣ୍ଡୋନେସିଆର ସମ୍ମାନଜନକ ନାଗରିକତା ‘ଭୂମି ପୁତ୍ର’ ପାଇଥିଲେ। ଏହା ଦୂତାବାସ ତରଫରୁ ସୂଚନା ଦିଆଯାଇଛି। ତେବେ ଅପରାଜିତାଙ୍କ ଏହି ପଦକ୍ଷେପକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଥିବା ବେଳେ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି।
Comments are closed, but trackbacks and pingbacks are open.