ଭୁବନେଶ୍ୱ : ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ବିମାନବନ୍ଦର ଗେଟ୍ ସମ୍ମୁଖରେ ୧୪୦ରୁ ଅଧିକ ଯାତ୍ରୀଙ୍କ ହୋହଲ୍ଲା । ମିଳିଥିବା ସୂଚନା ଅନୁସାରେ ଗତକାଲି ଯାତ୍ରୀଙ୍କୁ ନେଇ ଦିଲ୍ଲୀରୁ କୋଲକାତା ଯାଉଥିଲା ସ୍ପାଇସ ଜେଟ୍ ବିମାନ | ପାଗ ଖରାପ ଯୋଗୁଁ ଦିଲ୍ଲୀରୁ କଲିକତା ଯାଉଥିବା ଯାତ୍ରୀଙ୍କୁ ଗତକାଲି ରାତିରୁ ଭୁବନେଶ୍ୱର ବିମାନବନ୍ଦରରେ ବିମାନ ଅବତରଣ କରିଥିଲା ସ୍ପାଇସ ଜେଟ୍ । ହେଲେ ପାଗ ଭଲ ହେବାର ୧୨ ଘଣ୍ଟା ପରେ ବି ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନାହାନ୍ତି ଯାତ୍ରୀ । ବିମାନବନ୍ଦର କର୍ତ୍ତୃପକ୍ଷ କହିବା ଅନୁସାରେ, ଗତକାଲି ୮ଟି ଫ୍ଲାଇଟ୍ ଅବତରଣ କରିଥିଲା । ସେଥିମଧ୍ୟରୁ ୬ଟି ଉଡାଣ ଭରିଥିବାବେଳେ ଆଉ ଦୁଇଟି ବାକି ରହିଛି । ଏବେ ଉତ୍ତେଜିତ ଲୋକମାନଙ୍କୁ ବୁଝା ସୁଝା କରି ବିମାନକୁ ନିଆଯାଇଛି ।
Comments are closed, but trackbacks and pingbacks are open.