ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ଆତ୍ମହତ୍ୟା

22

ଭୋଜପୁରୀ ସିନେଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ବାରାଣସୀ ସ୍ଥିତ ସାରନାଥ ଥାନା ନିକଟସ୍ଥ ସୋମେନ୍ଦ୍ର ହୋଟେଲରୁ ଅଭିନେତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି।

ମିଳିଥିବା ସୂଚନା ମୁତାବକ, ଆକାଂକ୍ଷା ବାରାଣସୀରେ ଭୋଜପୁରୀ ଚଳଚ୍ଚିତ୍ର ‘ନାୟକ’ର ଶୁଟିଂ କରୁଥିଲେ। ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ଅକାଂକ୍ଷାଙ୍କ ଆତ୍ମହତ୍ୟା ଖବର ପ୍ରଚାରିତ ହେବା ପରେ ଭୋଜପୁରୀ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳି ଯାଇଛି। ଆକାଂକ୍ଷା ଦୁବେ ଖୁବ୍ କମ୍ ସମୟ ମଧ୍ୟରେ ଭୋଜପୁରୀ ସିନେମାରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।

Comments are closed, but trackbacks and pingbacks are open.