ୟୁଟ୍ୟୁବର ନୂଆ ସିଇଓ ଭାବେ ନିଯୁକ୍ତି ପାଇଲେ ଭାରତୀୟ ବଂଶୋଦ୍ଭବ

21

ୟୁଟ୍ୟୁବର ନୂଆ ସିଇଓ ହେଲେ ଭାରତୀୟ ବଂଶୋଦ୍ଭବ ନୀଲ ମୋହନ । ଗ୍ଲୋବାଲ ଅନଲାଇନ ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବର ଆଗାମୀ ସିଇଓ ହେବେ ନିଲ ହେଲେଁ । ନିଲ୍‌ ୟୁଟ୍ୟୁବ ଚିଫ୍‌ ଓ୍ଵଜସିକିଙ୍କ ପରେ ୟୁଟ୍ୟୁବର ଦାୟିତ୍ୱ ସମ୍ଭାଳିବେ। ୯ ବର୍ଷ ଧରି ୟୁଟ୍ୟୁବର ସିଇଓ ପଦରେ ରହିବା ପରେ ଗତକାଲି ସୁସାନ ୱଜସିକି ଇସ୍ତଫା ଦେଇଛନ୍ତି । ଏହାପରେ ଗୁଗୁଲ ପକ୍ଷରୁ ନିଲ ମୋହନଙ୍କୁ ସିଇଓ ଭାବେ ନିଯୁକ୍ତି ମିଳିିଛି । ଏହାପୂର୍ବରୁ ନୀଲ ମୋହନ ୨୦୧୫ରୁ ୟୁଟ୍ୟୁବର ଚିଫ ପ୍ରଡକ୍ଚ ଅଫିସର ଦାୟିତ୍ୱରେ ଥିଲେ ।

ତେବେ ଅନ୍ତର୍ଜାତୀୟ ସ୍ତରରେ ଆଇଟି କମ୍ପାନୀରେ ଭାରତୀୟ ବଂଶୋଦ୍ଭବଙ୍କ ଦବଦବା ରହିଛି । ଏହି ତାଲିକାରେ ଏବେ ନିଲ ମୋହନ ମଧ୍ୟ ସାମିଲ ହୋଇଛନ୍ତି । ଷ୍ଟାନଫୋର୍ଡ ୟୁନିଭରସିଟିରୁ ନୀଲ ମୋହନ ପାଠ ପଢିଛନ୍ତି। ନୀଲ ମୋହନ ମାଇକ୍ରୋସଫଟ, ଇନଟେଲ, ଆସେନଚର ଭଳି ବଡ ବଡ ଆଇଟି କମ୍ପାନୀର ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିଲେ । ତେବେ ଇସ୍ତଫା ଦେଇଥିବା ସୁସାନଙ୍କୁ ୨୦୧୪ରେ ୟୁଟ୍ୟୁବ୍ ସିଇଓ ଭାବେ ନିଯୁକ୍ତ କରାଯାଇଥିଲା ।

ସେହି ପଦରେ ଦୀର୍ଘଦିନ ପର୍ଯ୍ୟନ୍ତ କାମ କରିବା ପରେ ଏବେ ସେ ପରିବାର, ସ୍ୱାସ୍ଥ୍ୟ ଓ ବ୍ୟକ୍ତିଗତ ପ୍ରକଳ୍ପ ଉପରେ କାମ କରିବାକୁ ଚାହୁଥିବାରୁ ଇସ୍ତଫା ଦେବେ । ଗୁଗୁଲ୍ ସହ ସେ ଦୀର୍ଘ ୨୫ ବର୍ଷ ଧରି ରହିଥିଲେ । ଗୁଗୁଲରେ ଯୋଗ ଦେବା ପୂର୍ବରୁ ସେ ଇଣ୍ଟେଲରେ କାମ କରୁଥିଲେ ।

Comments are closed, but trackbacks and pingbacks are open.