ବାହାନଗା ଟ୍ରାଜେଡି :ଅଚିହ୍ନା ୨୮ଟି ମୃତ ଦେହର ଶବ ସଂସ୍କାର !

542

ବାଲେଶ୍ୱର : ବାହାନଗା ରେଳ ଦୁର୍ଘଟଣାକୁ ପ୍ରାୟ ୪ ମାସ ବିତିଗଲାଣି । କିନ୍ତୁ ଏବେ ପର୍ଯ୍ୟନ୍ତ ଆହୁରୀ ଅନେକ ଶବର କୌଣସି ଠିକଣା ମିିଳିନାହିଁ । ଚିହ୍ନଟ ହୋଇନଥିବା ମୃତଦେହ ସବୁ ପ୍ରାୟ ୪ ମାସ ହେବ ଏମ୍‌ସରେ ରହିଥିଲା । ତେଣୁ ଚିହ୍ନଟ ହୋଇନଥିବା ୨୮ଟି ମୃତଦେହର ସଂସ୍କାର କରାଯିବ । ଶବ ସଂସ୍କାର ପାଇଁ ଖୋର୍ଦ୍ଧାର ଜିଲ୍ଲାପାଳଙ୍କୁ ସିବିଆଇର ଚିଠି ପରେ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ SOP ଜାରି କଲା BMC, ଶବ ସଂସ୍କାର ସମୟରେ ସଂପୂର୍ଣ୍ଣ ସଂସ୍କାରର ଭିଡିଓଗ୍ରାଫି କରାଯିବ । ମୃତଦେହ ହସ୍ତାନ୍ତର ଠାରୁ ଆରମ୍ଭ କରି ଶବ ସଂସ୍କାରର ଯାଏଁ ଭିଡିଓଗ୍ରାଫି ହେବ ।

Comments are closed, but trackbacks and pingbacks are open.