ଭଦ୍ରକ ଏନ୍ଏଚ୍-୧୬ ଅସୁରା ଛକ ନିକଟରେ ସିରିଜ୍ ଦୁର୍ଘଟଣା:ଡ୍ରାଇଭର ମୃତ

34

ଭଦ୍ରକ: ଭଦ୍ରକ ଜିଲ୍ଲା ଅସୁରା ଛକ ନିକଟରେ ୪ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଯାତ୍ରୀ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଏକ ଯାତ୍ରୀବାହୀ ବସ୍ ବାଲେଶ୍ୱରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ଅସୁରା ଛକ ନିକଟରେ ଏକ ମିନି ଟ୍ରକ, ବସ୍, ଟ୍ରକ୍ ଏବଂ ପିକ୍‌ଅପ୍ ଭ୍ୟାନ୍ ମଧ୍ୟରେ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପିକ୍‌ଅପ୍ ଭ୍ୟାନ୍ ଡ୍ରାଇଭରଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି। ବସରେ ଥିବା ପ୍ରାୟ ୪ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକ ଏବଂ ପୋଲିସ ସହାୟତାରେ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.