ବାଲୁକାକୃତି ଦ୍ୱାରା ଟିମ ଇଣ୍ଡିଆକୁ ଶୁଭେଚ୍ଛା

372

ବାଲୁକା କଳାରେ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣେଇଲେ ବାଲୁକା ପ୍ରତିକ୍ଷିତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଗତକାଲି ପାରମ୍ପରିକ ପ୍ରତିଦ୍ଵନ୍ଦୀ ଇଣ୍ଡିଆ-ପାକିସ୍ତାନ ମ୍ୟାଚରେ ଇଣ୍ଡିଆ ୨୨୮ରନରେ ଐତିହାସିକ ବିଜୟ ହାସଲ କରିଥିଲା । ଭାରତୀୟ କ୍ରିକେଟ ଦଳର ବିଜୟ ହାସଲ ପରେ ଆଜି ପୁରୀ ନିଳାଦ୍ରୀ ବେଳାଭୂମିରେ ଏକ ସୁନ୍ଦର ବାଲୁକା କଳା ତିଆରି କରି ପୁରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ।

ପ୍ରସ୍ତୁତ ହୋଇଥିବା ବାଲୁକା କଳାରେ ପ୍ରାୟ ୧୩ଫୁଟ ଲମ୍ବର ଏକ ବ୍ୟାଟ ପ୍ରଦର୍ଶନ କରାଯାଇଛି। ତା’ ତଳକୁ ‘ଅଭିନନ୍ଦନ ଟିମ୍ ଭାରତ’ ଓ ‘ଜୟ ହୋ’ ଲେଖାଯାଇଛି । ବାଲୁକା କଳାଟିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଷ୍ଟିଲ ବାଉଲ ଓ ପ୍ଲେଟକୁ ଭିନ୍ନ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରି ବ୍ୟବହାର କରାଯାଇଛି । ଯାହାକୁ ଦେଖିବାକୁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଥିଲା । ଭାରତ ଏବଂ ପାକିସ୍ତାନ ମଧ୍ୟରେ ସୁପର ମ୍ୟାଚ୍ ରିଜର୍ଭ ଦିନରେ ଶେଷ ହୋଇଛି। ରବିବାର ବର୍ଷା ଯୋଗୁଁ ଏହି ମ୍ୟାଚ୍ ବ୍ୟାହତ ହୋଇଥିଲା। ତା’ପରେ ସୋମବାର ରିଜର୍ଭ ଦିନରେ ପାକିସ୍ତାନ ଦଳ ଟସ୍ ଜିତି ପ୍ରଥମେ ବୋଲି ପାଇଁ ନିଷ୍ପତ୍ତି ନେଇଥିଲା ଓ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିଥିଲା । ରିଜର୍ଭ ଦିନରେ ୨ ୱିକେଟ୍ ହରାଇ ୩୫୬ ରନ୍ ସଂଗ୍ରହ କରିଥିଲା ଟିମ୍ ଇଣ୍ଡିଆ । ପରେ ୩୫୭ ରନ୍‌ର ଟାର୍ଗେଟକୁ ପିଛା କରି ପଡିଆକୁ ଓହ୍ଲାଇଥିବା ପାକିସ୍ତାନ ଦଳ ୧୨୮ ରନରେ ୮ ଟି ୱିକେଟ୍ ହରାଇ ଥିଲା । ଫଳରେ ଭାରତ ୨୨୮ ରନରେ ମ୍ୟାଚ୍ ଜିତିଥିଲା ।

Comments are closed, but trackbacks and pingbacks are open.