ବ୍ରହ୍ମପୁର ପୀତବାସ ହତ୍ୟାକାଣ୍ଡ: ବିକ୍ରମ ପଣ୍ଡାଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

10

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ଆଜି ହାଇକୋର୍ଟ ବିକ୍ରମ ପଣ୍ଡାକୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ଗତ ଜୁଲାଇ ୩୧ ତାରିଖରେ ଜାମିନ୍ ଆବେଦନର ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ଥିଲା। ଆଜି ରାୟ ପ୍ରକାଶ କରିଛନ୍ତି କୋର୍ଟ । ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ପୀତବାସପଣ୍ଡାଙ୍କୁ ହତ୍ୟା ହୋଇଥିଲା । ଏହି ମାମଲାରେ ଅକ୍ଟୋବର ୨୨ ତାରିଖରେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ୧୨ଜଣଙ୍କୁ ଗିରଫ କରିଥିଲା ପୋଲିସ । ପରବର୍ତ୍ତୀ ସମୟରେ ଆଉ ୪ଜଣ ଗିରଫ ହୋଇଥିଲେ । ସମସ୍ତେ ଜେଲରେ ଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍ କୋର୍ଟରୁ ଜାମିନ୍ ମିଳିସାରିଛି । ଏପିରିକି ହତ୍ୟାରେ ବ୍ୟବହାର ହୋଇଥିବା ବାଇକ ସେ ଚୋରି କରିଥିବା ଅଭିଯୋଗ ରହିଥିଲା । ସେ ଜାମିନ୍ ପାଇବା ପରେ ଅନ୍ୟ ୧୫ଜଣ ଅଭିଯୁକ୍ତ ଏବେ ଜେଲରେ ଅଛନ୍ତି । ଅନ୍ୟ ଅଭିଯୁକ୍ତମାନେ ବି ଜାମିନ ପାଇଁ ଆବେଦନ କରିଥିବା ଜଣାପଡିଛି । ଜିଲ୍ଲା କୋର୍ଟ ସେମାନଙ୍କ ଜାମିନ ଖାରଜ କରିଥିବାବେଳେ ହାଇକୋର୍ଟଙ୍କ ଅନ୍ୟ ଏକ ବେଞ୍ଚରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ଚାଲିଛି ।

Comments are closed, but trackbacks and pingbacks are open.