ଭିଡିଓ ଗେମ୍‌ର ଲାଭ

49

ପିଲାମାନଙ୍କୁ ଭିଡିଓ ଗେମ୍ ଠାରୁ ଦୂରରେ ରଖିବା ପାଇଁ ପରାମର୍ଶ ଦିଆଯାଏ । କାରଣ ଏହା ସ୍ୱାସ୍ଥ୍ୟର ତ କ୍ଷତି କରେ, ଯୁବପିଢ଼ି ଓ ପିଲାଙ୍କୁ ସହଜରେ ନିଜ ନିୟନ୍ତ୍ରଣ ମଧ୍ୟକୁ ନେଇଯାଏ । ଭିଡିଓ ଗେମ୍ ଖେଳିବାର ଅର୍ଥ ସମୟର ବରବାଦି ବୋଲି କୁହାଯାଏ । କିନ୍ତୁ ବିଗତ କିଛି ଦଶକ ହେଲା ପ୍ରସିଦ୍ଧି ପାଇଥିବା ଏହି ଭିଡିଓ ଗେମ୍ସରୁ ଆପଣଙ୍କୁ ଲାଭ ମଧ୍ୟ ମିଳିପାରେ । କିନ୍ତୁ ଯଦି ଏହି ଗେମ୍ ସୀମିତ ସମୟ ପର୍ଯ୍ୟନ୍ତ ଖେଳାଯିବ ତେବେ ଏହାର ସକାରାତ୍ମକ ପରିଣାମ ମିଳିବ । କିଛି ଗେମ୍ସ ଥାଏ ଯାହା ଆପଣଙ୍କ ଶାରୀରିକ ଗତିବିଧିକୁ ବୃଦ୍ଧି କରାଏ ଓ ନିଜକୁ ସକ୍ରିୟ ରଖିବାରେ ସାହାଯ୍ୟ କରେ ।
-ଏଥିରେ ମୋସନ୍ ସେନ୍ସର ଲାଗିଥାଏ । ଏହି ସେନ୍ସରର ଗେମିଂ କଣ୍ଟ୍ରୋଲ ଦ୍ୱାରା ଜଣେ ଦୌଡ଼ାଦୌଡ଼ି କରିପାରିବ । ଏହା ସାହାଯ୍ୟରେ ଭର୍ଚୁଆଲ୍ ଟେନିସ୍‌, ଫୁଟ୍‌ବଲ୍‌, ସ୍କେଟ୍‌ବୋର୍ଡ ଆଦି ଗେମ୍ସ ଖେଳିହେବ ।
-ଅଧ୍ୟୟନ ଅନୁସାରେ ଯେଉଁ ଖେଳାଳିମାନେ ପ୍ରତି ସପ୍ତାହରେ ୩ ଘଣ୍ଟାରୁ ଅଧିକ ସମୟ ଭିଡିଓ ଗେମ୍ ଖେଳନ୍ତି ସେମାନଙ୍କର ଚିକିତ୍ସା ପ୍ରକ୍ରିୟାଗୁଡ଼ିକ ସମୟରେ ବଡ଼ ବଡ଼ ତ୍ରୁଟି ହେବାର ସମ୍ଭାବନା ୩୨ ପ୍ରତିଶତ କମ୍ ଥାଏ ।
-ଡିସ୍ଲେକ୍ସିଆରେ ରୋଗରେ ଏକାଗ୍ରତାର ଅଭାବ ରହେ । ଯଦି ଏହି ସମସ୍ୟା ସହିତ ସଂଘର୍ଷ କରୁଥିବା ଲୋକ କିଛି ଘଣ୍ଟା ପାଇଁ ଭିଡିଓ ଗେମ୍ ଖେଳିବେ ତାହାଲେ ଏହାର ଲାଭ ସେ ପାଇପାରିବେ ।
-ଏହା ବ୍ୟତୀତ ଭିଡିଓ ଗେମ୍ ଦୃଷ୍ଟିରେ ସୁଧାର ଆଣେ, କଲର୍ ବ୍ଲାଇଣ୍ଡ୍‌ନେସ୍‌ର ସମସ୍ୟାରେ ସୁଧାର ଆସେ । କିନ୍ତୁ ଅଧିକ ଖେଳିଲେ ଏହା କ୍ଷତି କରିବ । ୧୦ ଘଣ୍ଟା ପର୍ଯ୍ୟନ୍ତ ମନ ଲଗାଇ ଖେଳିଲେ ୫୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକମାନଙ୍କ ମାନସିକ ପ୍ରଦର୍ଶନ ଭଲ ରହେ ଓ ତାଙ୍କ ମସ୍ତିଷ୍କ ସଠିକ୍ ଢ଼ଙ୍ଗରେ କାମ କରେ ।

Comments are closed, but trackbacks and pingbacks are open.