ଘର ମରାମତି ପାଇଁ ହିତାଧିକାରୀଙ୍କ ଖାତାକୁ ଗଲା ସହାୟତା ରାଶି : ବ୍ୟୟ ଅଟକଳ ୧୪୪୪ କୋଟି ଟଙ୍କା,୩୧ ଲକ୍ଷ ହେବେ ଉପକୃତ

0 27

ଡିସେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଗୃହ ମରାମତି ଖର୍ଚ୍ଚ ହିତାଧିକାରୀ ଙ୍କ ଖାତାକୁ ପଠାଯାଇଛି I ଡିବିଟି ମାଧ୍ୟମରେ ଶୁକ୍ରବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି Iରାଜ୍ୟରେ ବିଜୁ ପକ୍କାଘର ପାଇଥିବା ଏବଂ ପାଇନଥିବା ପରିବାରଙ୍କ ପାଇଁ ରାଜ୍ୟ ସରକାର ଘର ମରାମତି ବାବଦକୁ ୩ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ଏହି ଯୋଜନାରେ ସମୁଦାୟ ୨୫୨ କୋଟି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ ।

ସେହିଭଳି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଘର ପାଇଥିବା ହିତାଧିକାରୀଙ୍କୁ ସହାୟତା ରାଶି ପ୍ରଦାନ କରିବା ଅବସରରେ କହିଛନ୍ତି ଯେ, ୨୦୧୪ରେ ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ରାଜ୍ୟର ସବୁ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୨୦୧୪ରୁ ଏପର୍ଯ୍ୟନ୍ତ ୩୧ଲକ୍ଷ ପରିବାରକୁ ପକ୍କା ଘର ଯୋଗାଇ ଦିଆଯାଇଛି। ରାଜ୍ୟର ଶେଷ କଚ୍ଚା ଘରକୁ ପକ୍କା ନକରିବା ପର୍ଯ୍ୟନ୍ତ ଆମର ଉଦ୍ୟମ ଜାରି ରହିବ । ସବୁ ଗ୍ରାମୀଣ ପକ୍କାଘର ଯୋଜନାର ହିତାଧିକାରୀମାନେ ଏହି ସହାୟତା ପାଇବେ । ଫନି ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାର ବହୁ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବାକୁ ଅପେକ୍ଷା କରି ରହିଛନ୍ତି । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜନଜାତି ଲୋକମାନେ ମଧ୍ୟ କେନ୍ଦ୍ରୀୟ ଯୋଜନାରେ ଘର ପାଇବାକୁ ଅପେକ୍ଷାରେ ଅଛନ୍ତି । ଏବେ ସେମାନେ ଯେଉଁ ଭଙ୍ଗା ଘରେ ରହୁଛନ୍ତି ତା’ର ମରାମତି ପାଇଁ ୫ହଜାର ଟଙ୍କା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସଂଗ୍ରହ କରାଯାଉଛି, ଖୁବଶୀଘ୍ର ସେମାନଙ୍କୁ ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗ୍ରାମାଞ୍ଚଳରେ ଘର ତିଆରିରେ ଓଡିଶା ସାରା ଦେଶରେ ଏକ ଆଗୁଆ ରାଜ୍ୟ । ଏଥିପାଇଁ ରାଜ୍ୟ ସରକାର ଙ୍କ ପାଣ୍ଠିରୁ ୨୦୧୪ରୁ ଏ ପର୍ୟ୍ୟନ୍ତ ବାଇଶ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

Leave A Reply

Your email address will not be published.