ଭଷାଣି ପୂର୍ବରୁ ପ୍ରଭୁ ଗଣେଶଙ୍କ ମୂର୍ତ୍ତି ଗାୟବ

71

କଣ୍ଟାବାଞ୍ଜି: ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ଦିନ ବିନାୟକ ବ୍ରତ ପାଳିତ ହୁଏ । ବିନାୟକ ବ୍ରତକଥାରେ ଉଲ୍ଲେଖ ରହିଛି ଯେ ଏହି ବ୍ରତର ମାହାତ୍ମ୍ୟ ସ୍କନ୍ଧ ପୁରାଣରେ ବର୍ଣିତ । ଗୋମତୀ ନଦୀ କୂଳରେ ସୂତ ମୁନି ଅନ୍ୟ ଋଷିମାନଙ୍କର ଜିଜ୍ଞାସାକୁ ପ୍ରଶମନ କରି ବିନାୟକ ବ୍ରତ ପାଳନ କଲେ ମନୁଷ୍ୟମାନେ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ସୁତ-ସୌଭାଗ୍ୟ-ସଂପଦ ଲାଭ କରି ପାରିବେ ବୋଲି ବୟାନ କରିଛନ୍ତି। ଏହି ବ୍ରତର ବିଧିବିଧାନ ସ୍ୱୟଂ ଶ୍ରୀକୃଷ୍ଣ ଯୁଧିଷ୍ଠିରଙ୍କୁ କହିଛନ୍ତି । ଏହି ବ୍ରତ ପାଳନ କରି ଯୁଧିଷ୍ଠିର ରାଜ୍ୟ ଫେରି ପାଇଥିଲେ ମହାଭାରତରେ ପ୍ରମାଣିତ । ସେଥିପାଇଁ ଗଣପତିଙ୍କର ନାମ ସିଦ୍ଧି ବିନାୟକ।

ସାରା ରାଜ୍ୟରେ ଧୂମଧାମରେ ପାଳନ ହେଉଛି ବିଘ୍ନହର୍ତ୍ତା ଶ୍ରୀ ଗଣେଶଙ୍କ ପୂଜା । ଚାରିଆଡେ ଏବେ ଉତ୍ସବର ମାହୋଲ । କିଛି କିଛି ସ୍ଥାନରେ ଲମ୍ବୋଦରଙ୍କ ବିସର୍ଜନ ସରିଥିବା ବେଳେ ଆଉ କିଛି ସ୍ଥାନରେ ଏବେବି ପୂଜା ପାଉଛନ୍ତି ପାର୍ବତୀ ନନ୍ଦନ ଶ୍ରୀ ଗଣେଷ । ତେବେ ଏହାରୀ ଭିତରେ ଏକ ଏପରୀ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବିସର୍ଜନ ପୂର୍ବରୁ ପୂଜା ପେଣ୍ଡାଲରୁ ଗାଏବ ହୋଇଯାଇଛନ୍ତି ଶ୍ରୀ ଗଣେଶ ପ୍ରଭୁ । ଆଜ୍ଞା ହଁ ।

କମିଟି ତରଫରୁ ବିସର୍ଜନର ସମସ୍ତ ପ୍ରସ୍ତୁ ସରିଥିଲା । ଆଜି ହୋଇଥାନ୍ତା ବିସର୍ଜନ । କିନ୍ତୁ ରାତି ଅଧରେ ପୂଜା ମଣ୍ଡପରୁ ଗାଏବ ହୋଇଗଲା ଗଣେଶ ମୂର୍ତ୍ତି ।  ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁରେ । ଗଣେଶ ପୂଜା ଉପଲକ୍ଷେ ହେଉଥିବା ଏକ ସାସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ ଏହି ଗାଁର ସବୁ ଲୋକେ । କାର୍ଯ୍ୟକ୍ରମ ଦେଖି ଫେରିବା ବେଳକୁ ଦେଖିବାକୁ ପାଇଲେ ଯେ ପୂଜା ମଣ୍ଡପରେ ଗଣେଶଙ୍କ ମୂର୍ତ୍ତି ନାହିଁ ।

ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ହଠାତ୍ ମୁର୍ତ୍ତି କେଉଁଆଡେ ଗଲା ତାକୁ ନେଇ ସମସ୍ତଙ୍କ ମନରେ ଖେଳିଯାଇଥିଲା ବିଷାଦ । ଏହା ପରେ କମିଟି ଲୋକ ଥାନାର ଦ୍ୱାରସ୍ଥ ହେଲେ । କେହି ଜଣେ ଦୁବୃର୍ତ୍ତ ଗଣେଶଙ୍କ ମୂର୍ତ୍ତି ଚୋରି କରି ନେଇଯାଇଛି ବୋଲି କମିଟି ତରଫରୁ ଥାନାରେ ଏତଲା ଦିଆଗଲା । ପୋଲିସ ଏତଲା ଗ୍ରହଣ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.