୩୧ ମାର୍ଚ୍ଚ ପୂର୍ବରୁ ଏହି ୪ ଟି ରାଶି କୁ ମିଳିବ ଅପାର ଆର୍ଥିକ ସଫଳତା

25

ମାର୍ଚ୍ଚ ୩୧ ରେ ଶୁକ୍ର ଗ୍ରହ ଙ୍କର ମକର ରାଶିରେ ପ୍ରବେଶ ଯୋଗୁଁ ଏହି ୪ ଟି ରାଶି ହେବେ ପ୍ରଭାବିତ I ସୌର ମଣ୍ଡଳରେ ଥିବା ଗ୍ରହମାନେ ଆମ ଜୀବନରେ ଗଭୀର ପ୍ରଭାବ ପକାନ୍ତି I ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ଗ୍ରହ ଆମ ଜୀବନର କିଛି ଦିଗ ସହିତ ସଂଯୁକ୍ତ ହୋଇଛି I ରାଶି ପରିବର୍ତ୍ତନ ଫଳରେ ଗ୍ରହମାନଙ୍କର ଗତିବିଧି ର ପ୍ରଭାବ ସମସ୍ତ ୧୨ ଟି ରାଶିର ବ୍ୟକ୍ତିଙ୍କୁ ପ୍ରଭାବିତ କରିଥାଏ I ସେହିପରି ଶୁକ୍ର ଗ୍ରହ ହେଉଛନ୍ତି ପ୍ରେମ, ରୋମାନ୍ସ, ସୌନ୍ଦର୍ଯ୍ୟ, ଦାମ୍ପତ୍ୟ ଜୀବନରେ ମଧୁରତା ଏବଂ ଭୌତିକ ସୁଖ ସୁବିଧା ପ୍ରଦାନ କାରୀ I ଯଦି ଏହି ଗ୍ରହ ଏକ ଦୁର୍ବଳ ସ୍ଥିତିରେ ରହେ, ତେବେ ବ୍ୟକ୍ତି କୁ ଦାରିଦ୍ର୍ୟତା ଭୋଗ କରିବାକୁ ପଡିଥାଏ I ଏହା ସହିତ ତାଙ୍କର ଦାମ୍ପତ୍ୟ ଜୀବନରେ ମଧ୍ୟ ବିଶୃଙ୍ଖଳା ହୋଇଥାଏ ଇ ବର୍ତ୍ତମାନ ଶୁକ୍ର ଗ୍ରହ ନିଜର ରାଶି ପରିବର୍ତ୍ତନ କରିଛନ୍ତି ,ଆସନ୍ତୁ ଜାଣିବା ଶୁକ୍ର ଙ୍କର ରାଶି ପରିବର୍ତ୍ତନ ଫଳରେ ଏହି ୪ ରାଶି ପ୍ରବଳ ଆର୍ଥିକ ସଫଳତା ସହିତ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ I

ମେଷ: ଏହି ରାଶି ପାଇଁ ମାର୍ଚ୍ଚ ମାସ ରେ ଅପାର ସଫଳତା ଯୋଗ ରହିଛି I ଆର୍ଥିକ ଲାଭ , ସମ୍ପତ୍ତି କ୍ରୟ, ନୂତନ ଯାନ ବାହାନ, ସହିତ ଅନେକ ମୂଲ୍ୟବାନ ସାମଗ୍ରୀ କ୍ରୟ କରିବେ I ସମ୍ମାନିତ ହେବେ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I

ବୃଷ: ଏହି ସମୟରେ ବୃଷ ରାଶିର ବ୍ୟକ୍ତିଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ I କ୍ୟାରିଅରରେ ଅଗ୍ରଗତି, ପଦୋନ୍ନତି, ଦରମା ବୃଦ୍ଧି ପାଇବା ର ପାଇଁ ପୂର୍ଣ୍ଣ ସମ୍ଭାବନା ଅଛି I କୌଣସି ବଡ଼ ବୀମା ରେ ପୁଞ୍ଜି ବିନିଯୋଗ କରିପାରନ୍ତି I ପ୍ରବଳ ଆର୍ଥିକ ଲାଭ ଯୋଗ ରହିଛି I

ଧନୁ : ମାର୍ଚ୍ଚ ୩୧ , ୨୦୨୨ ପର୍ଯ୍ୟନ୍ତ ସମୟ ସମୟ ଅତି ଉତ୍ତମ ରହିବ , ଆର୍ଥିକ ସ୍ଥିତି ମଜବୁତ ହେବ I ବୈବାହିକ ଜୀବନ ସୁଖମୟ ହେବ I ସମୟ ଚମତ୍କାର ରହିବ ,ଆର୍ଥିକ ସ୍ଥିତି ମଜବୁତ ହେବ I

ମୀନ : ମୀନ ରାଶିର ବ୍ୟକ୍ତି ଙ୍କ ପାଇଁ ଚାକିରି ଏବଂ ବ୍ୟବସାୟ କ୍ଷେତ୍ରରେ ଅପାର ସଫଳତା ଯୋଗ ରହିଛି I ସାମାଜିକ ସ୍ତରରେ ପ୍ରସଂଶିତ ହେବେ I ଆର୍ଥିକ ଦିଗ ଟି ଅତ୍ୟନ୍ତ ସୁଦୃଢ ହେବ ଇ ସ୍ୱାସ୍ଥ୍ୟ ଉତ୍ତମ ରହିବ I ପ୍ରେମ ଜୀବନରେ ସଫଳତା ପାଇବେ I

Comments are closed, but trackbacks and pingbacks are open.