IPL 2022 ପୂର୍ବରୁ ଧୋନୀ ଛାଡିଲେ CSK ର ଅଧିନାୟକ ପଦ

34

ଚଳିତ ଆଇପିଏଲ ଆରମ୍ଭ ହେବ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗସ୍ କୁ ଜବରଦସ୍ତ ଝଟକା I ସିଏସକେ ର ଅଧିନାୟକ ପଦ ଛାଡିଛନ୍ତି ମହେନ୍ଦ୍ର ସିଂ ଧୋନୀ I ତାଙ୍କ ଉତ୍ତରାଧିକାରୀ ଭାବେ ରବୀନ୍ଦ୍ର ଜାଡେଜା ଦାୟିତ୍ୱ ପାଇଛନ୍ତି। ୨୦୨୨ରେ ଜାଡେଜାଙ୍କ କ୍ୟାପ୍ଟେନ୍ସିରେ ଚେନ୍ନାଇ ଆଇପିଏଲ ଖେଳିବ।
ଧୋନୀ ଅଧିନାୟକ ପଦ ଛାଡିବା ନେଇ ଟ୍ଵିଟ୍‌ କରି ଜଣାଇଲା ଚେନ୍ନାଇ ସୁପରକିଙ୍ଗସ ଟିମ୍‌ ଧୋନୀଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଟିମ୍‌ ୪ ଥର ଆଇପିଇଏଲ ଚାମ୍ପିଅନ ହୋଇସାରିଛି। ଅନ୍ୟପକ୍ଷେ ଧୋନି ଚେନ୍ନାଇ ଟିମ୍‌ରେ ଖେଳିବେ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଧୋନି ନିଜେ ହିଁ ଜାଡେଜାଙ୍କୁ ଚେନ୍ନାଇର ପରବର୍ତ୍ତୀ କ୍ୟାପ୍ଟେନ ଭାବେ ବାଛିଛନ୍ତି।ମୁମ୍ବାଇ ଇଣ୍ଡିଆନ୍ସ ପରେ ଚେନ୍ନାଇ ଦ୍ୱିତୀୟ ସଫଳ ଟିମ୍‌। ଧୋନୀ ଆଇପିଏଲ ଆରମ୍ଭ ହେବା ବେଳରୁ ୨୦୦୮ରୁ ଚେନ୍ନାଇ ଟିମର ଦାୟିତ୍ୱ ନେଇଥିଲେ। ଗତଥର ଚେନ୍ନାଇ ମଧ୍ୟ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ୍‌ ଟାଇଟଲ ଜିତିଥିଲା।ସେ ଚାରିଥର ଆଇପିଏଲ ଟାଇଟଲ ଜିତିଛନ୍ତି I ଅବଶ୍ୟ ମୁମ୍ବାଇ ୫ଥର ଚାମ୍ପିୟନ ହୋଇଛି I

ଧୋନୀ ଚେନ୍ନାଇ ଟିମର ଦାୟିତ୍ୱ ଛାଡିବା ତାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଝଟ୍‌କା। କ୍ୟାପ୍ଟେନ ପଦରୁ ଧୋନିଙ୍କ ଅବସର ତାଙ୍କ ଫ୍ୟାନମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି। ଧୋନି ଅଧିନାୟକ ପଦ ଛାଡ଼ିବାରୁ ଗୋଟିଏ ଯୁଗର ଅବସାନ ଘଟିଥିବା କ୍ରିକେଟ ଫ୍ୟାନ ମାନେ କହିବା ଆରମ୍ଭ କରିଛନ୍ତି।
ରବିନ୍ଦ୍ର ଜାଡେଜା ୨୦୧୨ରୁ ଚେନ୍ନାଇ ଟିମ୍‌ରେ ରହିଛନ୍ତି। ଏବେ ଚେନ୍ନାଇ ଟିମର ଦାୟିତ୍ୱ ନେବେ ଜାଡେଜା। ଧୋନୀ ଏବେ ଜାଡେଜାଙ୍କ ଅଧିନାୟକତ୍ୱରେ ଟିମ୍‌ରେ ଖେଳିବେ। ଧୋନୀ ୨୧୩ ମ୍ୟାଚରେ ଅଧିନାୟକ ଦାୟତ୍ୱ ତୁଲାଇଛନ୍ତି। ଯେଉଁଥିରେ ୧୩୦ଟି ମ୍ୟାଚ ଜିତିଛନ୍ତି ଧୋନୀ।
ଚଳିତବର୍ଷ ଆଇପିଏଲ୍‌ ପାଇଁ ଜାଡେଜାଙ୍କୁ ୧୬ କୋଟି ଟଙ୍କାରେ ରିଟେନ କରିଥିଲା ଚେନ୍ନାଇ ସୁପର କିଙ୍ଗସ। ଧୋନୀଙ୍କୁ ୧୨ କୋଟି ଟଙ୍କାରେ ରିଟେନ କରିଥିଲା। ୨୦୨୧ ସଂସ୍କରଣରେ ଚେନ୍ନେଇ ଶେଷଥର ପାଇଁ ଧୋନିଙ୍କ ନେତୃତ୍ୱରେ ଆଇପିଏଲ ଖେଳିଥିଲା। ଏଥିରେ ଦଳ ଚାମ୍ପିୟନ ମଧ୍ୟ ହୋଇଥିଲା।

Comments are closed, but trackbacks and pingbacks are open.