୮ ବଡ ଶିଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ;ଢେଙ୍କାନାଳରେ ବେଦାନ୍ତର ମେଗା ପ୍ରକଳ୍ପ

121

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ କ୍ଲିୟରାନ୍ସ ଅଥରିଟି (ଏଚଏଲସିଏ) ୧.୫୧ ଲକ୍ଷ କୋଟି ଟଙ୍କାର ୮ଟି ମେଗା ପ୍ରକଳ୍ପକୁ ଅନୁମୋଦନ କରିଛି। ୮ ଶିଳ୍ପ ହେଲେ ୬୦ ହଜାର ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ। ଢେଙ୍କାନାଳ ଜିଲ୍ଲାରେ ବେଦାନ୍ତ କରିବ ମେଗା ପ୍ରକଳ୍ପ। ୧ ଲକ୍ଷ ୨୮ ହଜାର କୋଟି ଟଙ୍କାର ନିବେଶ ସହିତ ବେଦାନ୍ତ ଲିମିଟେଡ୍ ପ୍ରତିଷ୍ଠା କରିବ ସ୍ମେଲଟର ପ୍ଲାଣ୍ଟ ସହ କ୍ୟାପଟିଭ୍ ପାୱାର ପ୍ଲାଣ୍ଟ। ପ୍ରକଳ୍ପ ହେଲେ ୩୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ସେହିପରି ଢେଙ୍କାନାଳରେ ଜିନ୍ଦଲ ସ୍ପେଶିଆଲିଟି ଷ୍ଟିଲ୍ ପ୍ଲାଣ୍ଟକୁ ମଧ୍ୟ ବୈଠକରେ ମଞ୍ଜୁରୀ ମିଳିଛି। ପ୍ରକଳ୍ପ ପାଇଁ ଜିନ୍ଦଲ ୩,୬୦୦ କୋଟି ନିବେଶ କରିବ। ଏହା ୨୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।ଢେଙ୍କାନାଳ, କେନ୍ଦୁଝର ଏବଂ ଯାଜପୁରରେ ଶ୍ୟାମ ଷ୍ଟିଲ୍ ୨,୪୯୦ କୋଟି ଟଙ୍କା ନିବେଶ କରିବ। ଏହା ୨,୩୭୦ ନିଯୁକ୍ତି ସୃଷ୍ଟି କରିବ। ଗଞ୍ଜାମରେ ରାସାୟନିକ କ୍ଷେତ୍ର ରେ ନିବେଶ କରିବ ଏସଆରଏଫ ଲିମିଟେଡ୍ । ଏକ ସ୍ୱତନ୍ତ୍ର ରାସାୟନିକ ଏବଂ ରେଫ୍ରିଜରେଣ୍ଟ ୟୁନିଟ୍ ପାଇଁ ୧୦,୦୦୦ କୋଟି ଟଙ୍କା ନିବେଶ କରିବ। ଫଳରେ ୨୦,୦୦୦ ନିଯୁକ୍ତି ସୃଷ୍ଟି କରିବ । ବୟନ ଶିଳ୍ପ କ୍ଷେତ୍ରରେ ସ୍ପୋର୍ଟକିଙ୍ଗ୍ ଇଣ୍ଡିଆ ଖୋର୍ଦ୍ଧାରେ ଏକ କପା ଏବଂ ମିଶ୍ରିତ ସୂତା ୟୁନିଟ୍ ପାଇଁ ୨,୦୫୫ କୋଟି ଟଙ୍କା ନିବେଶ କରିବ।

Comments are closed, but trackbacks and pingbacks are open.