ବିଧାୟକଙ୍କ ଘରକୁ ଅଣ୍ଡା ,ଟମାଟର ମାଡ

29

ବିଧାୟକଙ୍କ ଉପରେ ଗର୍ଜିଲା ଛାତ୍ର କଂଗ୍ରେସ । ବିଧାୟକଙ୍କ ଘରକୁ ଅଣ୍ଡା ,ଟମାଟର ମାଡ । ବିଧାୟକଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ଦାବି । ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ହଲାପଟା ହେଲେ ବିଧାୟକ ! ହାଇପ୍ରୋଫାଇଲ ମଡର କେଶକୁ ନେଇ ଚଳଞ୍ଚଳ ସାରା ରାଜ୍ୟ । ନବଦାସ ହତ୍ୟା ମାମଲାରେ ପୁଣି ଗର୍ଜିଲା ଛାତ୍ର କଂଗ୍ରେସ । ଏହି ମାମଲାରେ ଛାତ୍ର କଂଗ୍ରେସ ପକ୍ଷରୁ ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରିବା ଦାବିରେ ତାଙ୍କ ସରକାରୀ ବାସଭବନ ଘେରାଉ କରାଯାଇଛି ।

ଏହାସହିତ ତାଙ୍କ ଘରକୁ ଟମାଟୋ ମାଡ କରିଛି ଛାତ୍ର କଂଗ୍ରେସ । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ-ଛାତ୍ର କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି । ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ନେଇ କ୍ଷୋଭ ପ୍ରକାଶ କରିବା ସହ ବିଧାୟକ ସୁଶାନ୍ତ ସିଂହଙ୍କୁ ତଦନ୍ତ ପରିସରଭୁକ୍ତ କରିବା ପାଇଁ ଦାବି କରିଛି ଛାତ୍ର କଂଗ୍ରେସ । ଏଥସହିତ ଶହ ଶହ ଛାତ୍ର କଂଗ୍ରେସ ସଦସ୍ୟ ସୁଶାନ୍ତ ସିଂହଙ୍କ ସରକାରୀ ବାସଭବନକୁ ଘେରାଉ କରିଥିଲେ । ଛାତ୍ର କଂଗ୍ରେସ ପକ୍ଷରୁ ଦାବି କରାଯାଇଛି, ସୁଶାନ୍ତ-ନବଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା । ତେଣୁ ତାଙ୍କୁ ତଦନ୍ତ ପରସରୁଭୁକ୍ତ କରିବା ସହ ତାଙ୍କ ମୋବାଇଲ ଜବତ କରିବାକୁ ଦାବି କରିଛି ଛାତ୍ର କଂଗ୍ରେସ । ଏହି ପ୍ରସଙ୍ଗ ନେଇ ସୁଶାନ୍ତଙ୍କ ବାସଭବନ ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିବାବେଳେ ପୋଲିସ ରୋକିବାରୁ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

ତେବେ ସମାନ ପ୍ରସଙ୍ଗକୁ ନେଇ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ ମଧ୍ୟ କରାଯାଇଥିଲା । ବିଧାନସଭା ସମ୍ମୁଖରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ପୋଲିସ କିଛି ଛାତ୍ର କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.