ବରିଷ୍ଠ କ୍ରୀଡା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ୨ ବର୍ଷ ବ୍ୟାନ୍‌ କଲା ବିସିସିଆଇ,କ୍ରିକେଟର ଙ୍କୁ ଧମକ ଦେବା ପଡିଲା ମହଙ୍ଗା

25

କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ବୋରିଆ ମଜୁମଦାରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ କରିଛି। ଟିମ୍‌ ଇଣ୍ତିଆର ୱିକେଟ କିପର ବ୍ୟାଟର ରିଦ୍ଧିମାନ ସାହାଙ୍କୁ ଡ୍ରପ କରାଯିବା ପରେ ବୋରିଆ ମଜୁମଦାର ତାଙ୍କ ସହ କଥା ହେବାକୁ ଚାହିଁଥିଲେ, କିନ୍ତୁ ଯେତେବେଳେ ରିଦ୍ଧିମାନ ସାହା ମନା କରିଦେଲେ ଏବଂ ସାକ୍ଷାତକାର ନ ଦେବାରୁ, ସେତେବେଳେ ବୋରିଆ ମଜୁମଦାର କ୍ରୋଧିତ ସାହାଙ୍କୁ ଧମକ ଓ ଡରାଇବା ଭଳି ମେସେଜ ଦେଇଥିଲେ I ଏହାପରେ ଏହାପରେ ସାକ୍ଷାତକାର ପାଇଁ ସାମ୍ବାଦିକ ତାଙ୍କୁ ହଇରାଣ କରୁଥିବା ବିସିସିଆଇ ରେ ଅଭିଯୋଗ କରିଥିଲେ ରିଦ୍ଧିମାନ ସାହା।
ବୋରିଆଙ୍କ ବ୍ୟାନ୍ ସମ୍ପର୍କରେ ବିସିସିଆଇ ପକ୍ଷରୁ ସମସ୍ତ ରାଜ୍ୟର କ୍ରିକେଟ ଆସୋସିଏସନଗୁଡ଼ିକୁ ଅବଗତ କାରାଯାଇଛି। ଏହା ସହିତ ବିସିସିଆଇ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କୁ ଅନୁରୋଧ କରିବ ଯେ ଏହି କ୍ରୀଡା ସାମ୍ବାଦିକଙ୍କୁ ଆଇସିସି ଇଭେଣ୍ଟରେ ଷ୍ଟାଡିୟମରେ ପ୍ରବେଶ କରିବାର ସୁଯୋଗ କିପରି ମିଳିବ ନାହିଁ।ଏହି ଇଣ୍ଟରନାଲ ଚିଠିରେ ଅନ୍ତରୀଣ ସିଇଓ ହେମାଙ୍ଗ ଅମୀନଙ୍କ ଦସ୍ତଖତ ରହିଛି।

ରିଦ୍ଧିମାନ ସାହା ସାକ୍ଷାତକାର ଦେବାକୁ ମନା କରିବାରୁ ତାଙ୍କୁ ଜଣେ ସାମ୍ବାଦିକ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏକଥା ସାହା ଟ୍ୱିଟ କରି ଅବଗତ କରାଇଥିଲେ। ଅବଶ୍ୟ ସାହା ସେତେବେଳେ ଉକ୍ତ ସାମ୍ବାଦିକଙ୍କ ନାଁ ସାର୍ବଜନୀନ କରି ନଥିଲେ। ତେବେ ବିସିସିଆଇ ଏହି ଘଟଣାକୁ ଗୁରୁତ୍ୱର ସହ ନେବା ସହ ତଦନ୍ତ ପାଇଁ ୩ ଜଣିଆ କମିଟି ଗଠନ କରିଥିଲା।

Comments are closed, but trackbacks and pingbacks are open.