ବେଆଇନ ଇଟାଭାଟି ଉପରେ ପ୍ରଶାସନର ଆକ୍ସନ୍

39

ଭୁବନେଶ୍ୱର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଡମୋଳ ଗ୍ରାମ ଝରାସାଇ ନିକଟରେ ଡମୋଳ ଗ୍ରାମର ଭୁବନେଶ୍ୱର ପରିଡ଼ାଙ୍କ ବେଆଇନ୍ ଇଟା ଭାଟି ଓ ଗଢ଼ା ହୋଇଥିବା କିଛି ଇଟାକୁ ପ୍ରଶାସନ ତରଫରୁ ବୁଲଡୋଜର ସାହାଯ୍ୟରେ ଭାଙ୍ଗି ଦିଆଯାଇଛି । ନିଆଁ ଲାଗିଥିବା ଏକ ଇଟାଭାଟିକୁ ପ୍ରଥମେ ଅଗ୍ନିଶମ ବିଭାଗ କର୍ମଚାରୀ ପାଣି ମାରି ଭାଙ୍ଗିଥିଲେ। ପରେ ବୁଲଡ଼ୋଜର ସହାୟତାରେ ଭାଟିକୁ ଭଙ୍ଗାଯାଇଛି ।
ସୂଚନା ଅନୁସାରେ, ଡମୋଳ ଗ୍ରାମର କିଛି ରାଜନୈତିକ ବ୍ୟକ୍ତି ଏହି ବେଆଇନ୍ ଇଟା ପାଇଁ ସ୍ଥାନୀୟ ବିଧାୟକଙ୍କୁ ଅଭିଯୋଗ କରିଥିଲେ । ପରେ ପରଜଙ୍ଗ ବିଧାୟକ, କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାପାଳ ଢେଙ୍କାନାଳକୁ ଲିଖିତ ଭାବେ ଦେଇଥିଲେ । ଏଥିସହ ଗ୍ରାମର ବିମଳ ନାୟକ ମଧ୍ୟ ଜିଲ୍ଲାପାଳ, ଅନୁଗୁଳ ପ୍ରଦୂଷଣ ବିଭାଗ, ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପ୍ରଦୂଷଣ ବିଭାଗ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି । ଏହାକୁ ଆଧାର କରି ଜିଲ୍ଲାପାଳ କାମାକ୍ଷାନଗର ଉପଜିଲ୍ଲାପାଳଙ୍କୁ ଇଟାଭାଟି ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି । ଇଟା ଭାଟି ଉଚ୍ଛେଦ ବେଳେ କାମାକ୍ଷାନଗର ଉପ-ଜିଲ୍ଲାପାଳ, ତହସିଲଦାର, ଜିଲ୍ଲା କନିଷ୍ଠ ଖଣି ଅଧିକାରୀ, ଅନୁଗୁଳ ପ୍ରଦୂଷଣ ବିଭାଗ ସହକାରୀ ପରିବେଶ ବୈଜ୍ଞାନିକଙ୍କ ଉପସ୍ଥିତି ଥିଲେ ।

Comments are closed, but trackbacks and pingbacks are open.