ଭୁବନେଶ୍ୱର: ରାଜଧାନୀରେ ୪୧୦ ସରକାରୀ ଘର ଭଙ୍ଗାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପୂର୍ବରୁ ୧୯୦ଟି ସରକାରୀ ଘର ଖାଲି ରହିଥିବା ବେଳେ ୯୦ଟି ଘରେ ବେଆଇନ ଭାବେ ରହୁଛନ୍ତି ଲୋକେ । ଏହି ସରକାରୀ ଘରକୁ ଭଙ୍ଗଯାଇ ହେବ କ୍ୟାପିଟାଲ ରିଡେଭଲପମେଣ୍ଟ ପ୍ରକଳ୍ପ । ୟୁନିଟ୍-୨ ଅଞ୍ଚଳରେ ଏହି ପ୍ରକଳ୍ପ କରାଯିବ । ଭୁବନେଶ୍ୱରରେ ଭଡ଼ାରେ ଲାଗିଥିବା ସରକାରୀ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ୟୁନିଟ-୨ ଅଞ୍ଚଳରେ ଜବରଦଖଲ କ୍ୱାର୍ଟର୍ସରୁ ଉଚ୍ଛେଦ ଜାରି ରହିଛି। ଲଗାତାର ଦ୍ୱିତୀୟ ଦିନରେ ମିଳିତ ସ୍କ୍ୱାଡ ପକ୍ଷରୁ ଉଚ୍ଛେଦ ଜାରି ରହିଛି।
Comments are closed, but trackbacks and pingbacks are open.