ବର୍ଷା ଛାଡ଼ିଲେ ଅନୁଭବଙ୍କ ପୈତୃକ ଘର

53

କଟକ: ବହୁଚର୍ଚ୍ଚିତ ଷ୍ଟାର ଦମ୍ପତି ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । ଅନୁଭବଙ୍କ ପୈତୃକ ଘର ଛାଡ଼ିଲେ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଅକ୍ଟୋବର ୩୦ ତାରିଖ ସୁଦ୍ଧା ସେ ପୈତୃକ ଘର ଛାଡ଼ିବା ନେଇ ଜିଲ୍ଲା ଦୌରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ ବର୍ଷା ଗତକାଲି ଶାଶୁଘର ଖାଲି କରିଛନ୍ତି । ତେବେ ପତ୍ନୀ ବର୍ଷା ଘର ଛାଡ଼ିବା ପରେ ମଧ୍ୟ ଅନୁଭବ ମହାନ୍ତି ଘରକୁ ପ୍ରବେଶ କରିନାହାନ୍ତି । ଘରର ଯାଞ୍ଚ ପାଇଁ ସେ ପୁରୀଘାଟ ଥାନାର ଦ୍ବାରସ୍ଥ ହୋଇଛନ୍ତି । ପୋଲିସ ଉପସ୍ଥିତିରେ ଘର ଯାଞ୍ଚ ପାଇଁ ଲିଖିତ ଭାବେ ଜଣାଇଛନ୍ତି ଅନୁଭବ । ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବର୍ଷାଙ୍କ ରହଣି ପାଇଁ ଅନୁଭବ ବ୍ୟବସ୍ଥା କରିବେ ବୋଲି କହିଥିଲେ । କହିରଖୁଛୁ କି, ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ପୈତୃକ ଘର ଛାଡୁ ନଥିବାରୁ ଶାଶୁଘର ଲୋକେ ସେହି ଘର ଛାଡିଥିଲେ । ତାଙ୍କ ବାପାମାଆଙ୍କ ଦେହ ଅସୁସ୍ଥ ଥିବାରୁ ସେମାନଙ୍କୁ ଘରକୁ ଫେରାଇ ଆଣିବା ପାଇଁ ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦେବାକୁ ଅନୁଭବ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ପରେ କୋର୍ଟ ମଧ୍ୟ ଅନୁଭବଙ୍କ ସପକ୍ଷରେ ନିର୍ଦ୍ଦେଶ ଦେଇଥିଲେ ।

Comments are closed, but trackbacks and pingbacks are open.