ରାଜଧାନୀରେ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ରାତିଅଧିଆ ଚଢ଼ଉ

85

ଭୁବନେଶ୍ବର: ବିଳମ୍ବିତ ରାତିରେ ରାଜଧାନୀର ବିଭିନ୍ନ ବାର୍ ଓ ପବ୍ ଉପରେ କମିଶନରେଟ ପୁଲିସ ପକ୍ଷରୁ ଚଢ଼ଉ କରାଯାଇଛି। ନିୟମ ଉଲ୍ଲଙ୍ଘନ କରି ବିଳମ୍ବିତ ରାତିଯାଏ ଚାଲୁଥିବା ବାର ଏବଂ ପବ୍ ଗୁଡ଼ିକ ଉପରେ ଚଢ଼ଉ କରିଛି କମିଶନରେଟ ପୁଲିସର ଏନଫୋର୍ସମେଣ୍ଟ ଟିମ୍। ରାଜଧାନୀର କଟକ ରୋଡ୍, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ୱର, ପଟିଆ ଇନଫୋସିଟିର ଅଞ୍ଚଳର ବିଭିନ୍ନ ପବ୍ ଓ ନାଇଟ୍ କ୍ଲବ ଉପରେ ଚଢ଼ଉ କରାଯାଇଛି।
ରାତି ସାଢ଼େ ଗୋଟାଏ ଯାଏ ଅନୁମତି ଥିଲେ ମଧ୍ୟ କେତେକ ପବ୍ ଓ ନାଇଟ୍ କ୍ଲବ ବେଆଇନ ଭାବେ ବିଳମ୍ବିତ ରାତି ଯାଏ ଖୋଲା ରହୁଥିବା ଦେଖିବାକୁ ମିଳିଛି। ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ ଏସବୁ ରୋକିବାକୁ କମିଶନରେଟ ପୁଲିସ ସ୍ୱତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏନଫୋର୍ସମେଣ୍ଟ ଟିମ୍ ଦୈନିକ ବେଆଇନ ଭାବେ ବିଳମ୍ବିତ ରାତିଯାଏ ଚାଲୁଥିବା ବାର୍ ଓ ପବ୍ ଗୁଡ଼ିକ ଉପରେ ଚଢ଼ଉ କରୁଥିବା ଦେଖିବାକୁ ମିଳିଛି।

Comments are closed, but trackbacks and pingbacks are open.