ବିଶ୍ବସ୍ତରୀୟ ହେବ ବାରବାଟୀ ଷ୍ଟାଡିୟମ; ଭର୍ଚୁଆଲରେ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

62

କଟକ: ବିଶ୍ବସ୍ତରୀୟ ହେବ ଐତିହାସିକ ବାରବାଟୀ ଷ୍ଟାଡିୟମ । କଟକ ବାରବାଟୀ ଷ୍ଟାଡିୟମ ପ୍ରକଳ୍ପର ଆଜି (ମଙ୍ଗଳବାର)ଶିଳାନ୍ୟାସ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ୩୦ ଜିଲ୍ଲା ପାଇଁ ୪୧ କ୍ରିକେଟ୍ ଏକାଡେମୀକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ଏନେଇ ବାରବାଟୀ କ୍ରିକେଟ ଗ୍ରାଉଣ୍ଡରେ ଓସିଏ ପକ୍ଷରୁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଏହି କାର୍ୟ୍ୟକ୍ରମରେ ଆଇପିଏଲ ଗଭର୍ଣ୍ଣିଂ କାଉନସିଲ ଅଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଓସିଏ ସଭାପତି ପ୍ରଣବ ପ୍ରକାଶ ଦାଶ, ଆଡ଼ଭୋକେଟ ଜେନେରାଲ ଅଶୋକ ପରିଜା ଫାଓ ସମ୍ପାଦକ ଆଶୀର୍ବାଦ ବେହେରା ପ୍ରମୁଖ ସାମିଲ ହେବେ । ଇରଫାନ ପଠାନ, ପ୍ରଜ୍ଞାନ ଓଝା, ନେହା କକ୍କରଙ୍କ ପରି ସେଲିବ୍ରେଟି ଯୋଗଦେବେ । ପୂର୍ବତନ ଭାରତୀୟ କ୍ରିକେଟର ଇରଫାନ ପଠାନ, ପ୍ରଜ୍ଞାନ ଓଝା ମଧ୍ୟ କାର୍ୟ୍ୟକ୍ରମରେ ସାମିଲ ହେବାକୁ ଥିବାବେଳେ ସଂଧ୍ୟାରେ ବଲିଉଡ଼ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ୟ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି ।

ନୂଆ ଷ୍ଟାଡିୟମରେ ଅତ୍ୟାଧୁନିକ ସୁବିଧା ରହିବ । ଏକାସଙ୍ଗେ ୬୦ ହଜାର ଦର୍ଶକ ବସି ଖେଳ ଦେଖି ପାରିବେ । ଏହି ସ୍ପୋର୍ଟ୍ସ କମ୍ପେ୍କ୍ସରେ ଅତ୍ୟାଧୁନିକ ଜିମ୍  ସେଣ୍ଟର, ମଲ୍, ଷ୍ଟାର ହୋଟେଲ ଓ ଅଫିସ୍ ରହିବ । ଷ୍ଟାଡିୟମ ସମ୍ମୁଖକୁ ସାଧାରଣ ଲୋକଙ୍କ ପାଇଁ ବିକଶିତ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed, but trackbacks and pingbacks are open.