ଜମି ବିବାଦକୁ ନେଇ ପୋଲିସ ଆଗରେ ଗୁଳି ଚାଳନା :ବାରଙ୍ଗ

1,223

ବାରଙ୍ଗ: ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ୨ଟା ରେ ତ୍ରିଶୂଳିଆ ଛକ କୁସିନ୍ଦା ଗ୍ରାମ ନିକଟରେ ଥିବା ଏକ ବିଲଡର ପ୍ରୋଜେକ୍ଟରେ କାମ ଚାଲୁଥିବା ବେଳେ ହଠାତ୍ ଏକ କଳା ରଙ୍ଗର କାରରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ ।ପରେ ସେଠାରେ ବନ୍ଧୁକ ଦେଖାଇ ଆତଙ୍କରାଜ ଚଳାଇଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ହେଲେ ପୋଲିସ ହାତରୁ ଖସିଯିବା ପାଇଁ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଏକ ଥାର ଗାଡ଼ି ଜବତ କରିଛି ।ପୋଲିସ ଗାଡିରୁ କିଛି ମୋବାଇଲ ଓ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି ।

Comments are closed, but trackbacks and pingbacks are open.