ବାରବାଟୀ ଟି-୨୦ ମ୍ୟାଚ : ଭାରତ ୨୦ ଓଭର ରେ ୬/ ୧୪୮ ରନ

154

ଆଜି କଟକ ବାରବାଟୀ ମ୍ୟାଚ ରେ ନିର୍ଦ୍ଧାରିତ ଓଭର ରେ ୬ ଵିକେଟ ହରାଇ ୧୪୮ ରନ କରିଛି ଭାରତ I ଟସ ଜିତି ଦକ୍ଷିଣ ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇ ଭାରତ କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା I ଦକ୍ଷିଣ -ଆଫ୍ରିକା ର ଏହା ହେଉଛି ଦ୍ଵିତୀୟ ଟି-୨୦ ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ପାଇଁ ୧୪୯ ରନ ବିଜୟ ଲକ୍ଷ୍ୟ ରଖିଛି ଭାରତ ।

ଦକ୍ଷିଣ ଆଫ୍ରିକା ବୋଲରଙ୍କ ମାପୁଚପ ବୋଲିଂ ଯୋଗୁଁ ଭାରତ ବଡ ସ୍କୋର କରି ପାରିନାହିଁ । ଭାରତ ପକ୍ଷରୁ ନିର୍ଦ୍ଧାରିତ ଓଭରରେ ୬ ୱିକେଟ୍ ହରାଇ ଭାରତ ୧୪୮ ରନ କରିଛି । ଦଳ ପକ୍ଷରୁ ଶ୍ରେୟସ ଆୟର ୪୦ ରନ ଏବଂ ଇଶାନ କିଷନ ୩୪ ରନ କରିଥିବା ବେଳେ ଦିନେଶ କାର୍ତ୍ତିକ ଅପରାଜିତ ୩୦ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଭାରତକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୪୮ ରନ ଭିତରେ ଦକ୍ଷିଣ ଆଫ୍ରିକାକୁ ସୀମିତ ରଖିବାକୁ ପଡିବ ।

Comments are closed, but trackbacks and pingbacks are open.