ବାରବାଟୀ T-20 କ୍ରିକେଟ : ଟିକେଟ ପାଇଁ ଧସ୍ତାଧସ୍ତି

40

ବାରବାଟୀ ଷ୍ଟାଡିୟମ୍‌ ଟିକେଟ୍‌ ପାଇଁ କାଉଣ୍ଟର ବାହାରେ ଧସ୍ତାଧସ୍ତି। ଟିକେଟ ଖଣ୍ଡେ ପାଇଁ ଘଣ୍ଟା ଘଣ୍ଟା ଧରି ଖରାରେ ଲମ୍ବା ଲାଇନ ରେ କ୍ରିକେଟପ୍ରେମୀ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା I ତେବେ ମହିଳାମାନଙ୍କ କାଉଣ୍ଟର ରେ ଠେଲାପେଲା ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି I ଗରମ ସାଙ୍ଗକୁ ଗୁଳୁଗୁଳି ଭିତରେ ଟିକେଟ୍‌ ନେବା ପାଇଁ ଗତକାଲି ବିଳମ୍ୱିତ ରାତିରୁ ପ୍ରାୟ ୩୦ରୁ ୩୫ ହଜାର ଲୋକ ଧାଡ଼ିରେ ଠିଆ ହୋଇଥିଲେ। ଏହାରି ଭିତରେ କିଛି ମହିଳା ଧାଡି ଭାଙ୍ଗି ପଶି ଯାଉଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ଆଉ କିଛି ମହିଳା ଟିକେଟ ନେବା ପାଇଁ ବ୍ୟାରିକେଡ୍‌ ବାହାରେ ଆଉ ଏକ ଲାଇନ୍‌ କରିଥିଲେ। ଏଇଠୁ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ସ୍ଥିତି ନିୟନ୍ତ୍ରଣ କରିବାକୁ କମିଶନରେଟ ପୁଲିସ କୁ ନାକେଦମ ହେବାକୁ ପଡିଥିଲା I ପ୍ରଥମେ ବୁଝାଇବାକୁ ଚେଷ୍ଟା କରିଥିଲା। ମାତ୍ର ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଲାଠି ଚାର୍ଜ କରିଥିଲା। ପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ସେହିପରି ସୁରକ୍ଷାଦୃଷ୍ଟିରୁ ଟିକେଟ୍‌ କାଉଣ୍ଟରରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ଇ ଏହାସହିତ ପୋଲିସ ସହାୟତାରେ ପୁଣି ଥରେ ଟିକେଟ ବିକ୍ରି ଆରମ୍ଭ ହୋଇଥିଲା I

ସେପଟେ ଜଣେ ବ୍ୟକ୍ତି ଦୁଇଟି ଲେଖାଏଁ ଟିକେଟ କିଣି ପାରିବI ନେଇ ନିୟମ ରହିଛି । ସକାଳ ୯ଟାରୁ ଟିକେଟ ଶେଷ ହେବା ପର୍ଯ୍ୟନ୍ତ କାଉଣ୍ଟର ଖୋଲା ରହିବ। ଦର୍ଶକ ଙ୍କ ପାଇଁ ଦର୍ଶକଙ୍କ ପାଇଁ କାଉଣ୍ଟରରେ ୧୨ ହଜାର ୯୩ଟି ଟିକେଟ୍ ବିକ୍ରି ହେବାକୁ ଥିବାବେଳେ ଏଥିପାଇଁ ୩୦ରୁ ୪୦ ହଜାର ଲୋକ କାଉଣ୍ଟର ଆଗରେ ଏକାଠି ହୋଇଛନ୍ତି ।

ସୂଚନାନୁସାରେ ଜୁନ୍‌ ୧୨ ତାରିଖରେ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-୨୦ କ୍ରିକେଟ୍‌ ମ୍ୟାଚ୍‌ ଅନୁଷ୍ଠିତ ହେବ। ସେଥିପାଇଁ ଆଜିଠାରୁ କାଉଣ୍ଟରରେ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଛି। ଟିକେଟ ବିକ୍ରି ପାଇଁ ୯ଟି କାଉଣ୍ଟର ଖୋଲା ଯାଇଥିଲା। ପୁରୁଷ ଦର୍ଶକଙ୍କ ପାଇଁ ୭ଟି କାଉଣ୍ଟର କରାଯାଇଥିବା ବେଳେ ମହିଳାଙ୍କ ଲାଗି ୨ଟି ସ୍ୱତନ୍ତ୍ର କାଉଣ୍ଟର ଖୋଲା ଯାଇଥିଲା। ପର୍ଯ୍ୟIପ୍ତ ପରିମାଣରେ ଟିକେଟ୍‌ ନଥିବାରୁ ଗଣ୍ଡଗୋରର ସୂତ୍ରପାତ ହୋଇଥିବା ଆଲୋଚନା ହେଉଛି। ମହିଳାଙ୍କ କାଉଣ୍ଟର ରେ ଗଣ୍ଡଗୋଳ ହୋଇଥିଲେ ମଧ୍ୟ ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରେ ରହିଛି I

Comments are closed, but trackbacks and pingbacks are open.