କଟକ: ଭୂତଳ ଜଳ ଅପବ୍ୟବହାର ଅଭିଯୋଗରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ ସହିତ ଦେଶର ୬ଟି କ୍ରିକେଟ ଷ୍ଟାଡିୟମଙ୍କୁ ଏନଜିଟି ନୋଟିସ କରିଛନ୍ତି।ବିନା ଏନଓସିରେ ପିଚ୍ ରକ୍ଷଣାବେକ୍ଷଣ ପାଇଁ ଭୂତଳ ଜଳର ଅପବ୍ୟବହାର ହେଉଥିବା କହିଛନ୍ତି ଏନଜିଟି। ଜଳ ସଂରକ୍ଷଣ ସମ୍ବନ୍ଧୀୟ ନିର୍ଦ୍ଦେଶ ପାଳନ ନ କରିବା ଓ ଆବଶ୍ୟକ ସୂଚନା ନଦେବା ଅଭିଯୋଗରେ ଗତ ୧୬ ତାରିଖରେ ବାରବାଟି ସମେତ ୬ଟି ଷ୍ଟାଡିୟମକୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ପାଇଥିବା ୬ଟି କ୍ରିକେଟ ଷ୍ଟାଡିୟମ ମଧ୍ୟରେ କଟକର ବାରବାଟୀ ଷ୍ଟାଡିୟମ ବ୍ୟତୀତ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମ୍, ରାୟପୁରର ସହିଦ ବୀର ନାରାୟଣ ସିଂହ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ୍, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମ୍, ନଭି ମୁମ୍ବାଇର ଡକ୍ଟର ଡିୱାଇ ପାଟିଲ୍ ଷ୍ଟାଡିୟମ୍ ଓ ଲକ୍ଷ୍ନୌର ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମ୍ ରହିଛି।
Comments are closed, but trackbacks and pingbacks are open.