ବାଂଲାଦେଶୀ ଚିହ୍ନଟ ନିର୍ଦ୍ଦେଶ

27

ଭୁବନେଶ୍ୱର: ରାଜ୍ୟରେ ଏବେ ବାଂଲାଦେଶୀଙ୍କୁ  ନେଇ ଗତ କିଛି ହେବ ବିଭିନ୍ନ ସ୍ଥାନରେ ଅପୀତିକର ପରିସ୍ଥିତି ସୃଷ୍ଟି ହେଉଛି । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ରାଜ୍ୟରେ ଏବେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ସୂଚନା ଦେଇଛନ୍ତି । ବାଂଲାଦେଶୀ ଅନୁପ୍ରଦେଶ ସମସ୍ୟାକୁ ନେଇ ବିଧାୟକ ଭାଷ୍କର ମଢେ଼ଇ ଆଜି ବିଧାନସଭାରେ ପ୍ରଶ୍ନ କରିଥିଲେ ।  ଯାହାର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସରକାର ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ଏନେଇ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟାନ ଅଞ୍ଚଳ ସହ କେନ୍ଦ୍ରାପଡ଼ା, ଭୁବନେଶ୍ୱର ଓ ପୁରୀରେ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । 

Comments are closed, but trackbacks and pingbacks are open.