ନୂଆଦିଲ୍ଲୀ: ବାଂଲାଦେଶ ସରକାର ଆନୁଷ୍ଠାନିକ ଭାବରେ ନିଶ୍ଚିତ କରିଛନ୍ତି ଯେ, ବାଂଲାଦେଶ କ୍ରିକେଟ୍ ଦଳ ଭାରତରେ ଅନୁଷ୍ଠିତ ହେବାକୁ ଥିବା ୨୦୨୬ ଟି୨୦ ବିଶ୍ୱକପରେ ଖେଳିବ ନାହିଁ। ବାଂଲାଦେଶ ଦଳ ଟି୨୦ ବିଶ୍ୱକପ୍ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶ ସରକାର କହିଛନ୍ତି ଯେ, ଟି୨୦ ବିଶ୍ୱକପ୍ ମ୍ୟାଚ୍ ସ୍ଥାନାନ୍ତର କରିବା ପାଇଁ ଆଇସିସିର ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ସରକାର ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସମ୍ପ୍ରତି ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ୍ ନଜରୁଲ୍ କହିଛନ୍ତି ଯେ, ବାଂଲାଦେଶୀ ଖେଳାଳିମାନେ ଟି୨୦ ବିଶ୍ୱକପରେ ଖେଳିବାକୁ ଚାହାଁନ୍ତି, କିନ୍ତୁ ଦଳ କେବଳ ଶ୍ରୀଲଙ୍କାରେ ହିଁ ଏହାର ମ୍ୟାଚ୍ ଖେଳିବ।
Comments are closed, but trackbacks and pingbacks are open.