ନୂଆଦିଲ୍ଲୀ: ଆଇପିଏଲ ପ୍ରସାରଣରେ ରୋକ ଲଗାଇଲା ବାଂଲାଦେଶ ସରକାର। ବାଂଲାଦେଶ ସରକାର ତୁରନ୍ତ ସାରା ଦେଶରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ)ର ପ୍ରସାରଣ ଉପରେ ପ୍ରତିବନ୍ଧକ ଲଗାଇ ଦେଇଛନ୍ତି। ଏହି ନିଷ୍ପତ୍ତି କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୬ ସିଜିନ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳରୁ ଷ୍ଟାର ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ଦାବି କରିବା ପରେ ଏହି ନିଷ୍ପତ୍ତି ଆସିଛି। ବାଂଲାଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଟିଭି ଚ୍ୟାନେଲଗୁଡ଼ିକୁ ଚିଠି ଲେଖି କହିଛି ଯେ ବିସିସିଆଇର ଏହି ଆହ୍ୱାନ ପଛରେ କୌଣସି ‘ଯୌକ୍ତିକ କାରଣ’ ନାହିଁ। ଏହି ନିଷ୍ପତ୍ତି ବାଂଲାଦେଶର ଲୋକମାନଙ୍କୁ ‘ବ୍ୟଥିତ, ଦୁଃଖିତ ଏବଂ ମର୍ମାହତ’ କରିଛି ଏବଂ ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ‘ଜନସ୍ୱାର୍ଥ’ ପାଇଁ ଥିଲା।
Comments are closed, but trackbacks and pingbacks are open.