ବାଙ୍ଗଲାଦେଶ :କଣ୍ଟେନର ଡିପୋ ରେ ଅଗ୍ନିକାଣ୍ଡ ୩୫ ମୃତ,୪୫୦ ରୁ ଅଧିକ ଆହତ

46

ଶନିବାର ରାତିରେ ଦକ୍ଷିଣ ପୂର୍ବ ବାଂଲାଦେଶର ଏକ ଘରୋଇ କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ ଜନିତ ବିସ୍ଫୋରଣ ଘଟି ୩୫ ରୁ ଅଧିକ ମୃତ୍ୟୁ ଘଟିଥିବା ବେଳେ ୪୫୦ ରୁ ଅଧିକ ଆହତ ହୋଇଛନ୍ତି। ଅଧିକାରୀମାନେ ରବିବାର ଏହି ସୂଚନା ଦେଇଛନ୍ତି।
ରବିବାର ମିଳିଥିବା ସୂଚନା ମୁତାବକ, ବନ୍ଦର ସହର ଚିଟଗାଓଁ ଠାରୁ ୪୦ କିଲୋମିଟର ଦୂରେ ଥିବା ସୀତାକୁଣ୍ଡୁରେ ଏକ ଡିପୋରେ ହଠାତ୍‌ ଶନିବାର ବିଳମ୍ବିତରେ ରାତିରେ ନିଆଁ ଲାଗିଯାଇଥିଲା। ଏହି ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଘରର ଝରକାଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା। ଏଥିରେ ୩୫ ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କିଛି ଦମକଳକର୍ମୀ ଓ ପୁଲିସ କର୍ମୀ ମଧ୍ୟ ସାମିଲ ଅଛନ୍ତି।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ପ୍ରଥମେ ବିସ୍ଫୋରଣ ଘଟିଥିଲା ଏବଂ ପରେ ସେଠାରେ ନିଆଁ ଲାଗିଯାଇଥିଲା। ଏପର୍ଯ୍ୟନ୍ତ ସେଠାରୁ ୩୫ଟି ମୃତଦେହ ଉଦ୍ଧାର କରାଯାଇଛି। ଆହତ ୪୫୦ରୁ ଅଧିକ ଲୋକଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ଚିଟାଗଙ୍ଗ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି।

Comments are closed, but trackbacks and pingbacks are open.