IPL 2022: ବାଙ୍ଗାଲୋର ର ସବୁଠାରୁ ବଡ ପରାଜୟ, ହାଇଦ୍ରାବାଦ ର ଶାନଦାର ବିଜୟ ସହ ଟପ୍-୪ରେ ପ୍ରବେଶ

25

ଚଳିତ ଆଇପିଏଲରେ ଶାନଦାର ବିଜୟ ହାସଲ କରିଛି ସନରାଇଜର୍ସ ହାଇଦ୍ରାବାଦ। ଏହା ସହିତ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୯ ୱିକେଟରେ ପରାସ୍ତ କରିଛି। ହାଇଦ୍ରାବାଦ ଘାତକ ବୋଲିଂ ଆଗରେ ଆତ୍ମସମର୍ପନ କରିଥିଲା ବାଙ୍ଗାଲୋର I ଫଳରେ ହାଇଦ୍ରାବାଦ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୯ ଓ୍ଵିକେଟରେ ପରାସ୍ତ କରିଛି। କେନ୍ ୱିଲିୟମସନଙ୍କ ନେତୃତ୍ୱରେ ଚଳିତ ସିଜନରେ ଏହା ହାଇଦ୍ରାବାଦର କ୍ରମାଗତ ପଞ୍ଚମ ବିଜୟ ଏବଂ ଏହି ବିଜୟ ସହିତ ଦଳ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ପହଁଞ୍ଚିଛି ।
ବେଙ୍ଗାଲୁରୁ ଦ୍ଵାରା ଧାର୍ଯ୍ୟ ୬୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ସନରାଇଜର୍ସ ହାଇଦ୍ରବାଦ ୮ ଓଭରରେ ଗୋଟିଏ ଓ୍ଵିକେଟ୍ ହରାଇ ହାସଲ କରି ନେଇଛି। ଦଳ ପକ୍ଷରୁ ଓପନର ଅଭିଷେକ ଶର୍ମା ୪୭ ରନ କରି ଏକ ମାତ୍ର ବ୍ୟାଟସମ୍ୟାନ ଭାବେ ଆଉଟ୍ ହୋଇଛନ୍ତି। କେନ ଓ୍ଵିଲିୟମସନ ୧୬ ରନ କରି ଅପରାଜିତ ଥିଲେ।

ଚଳିତ ସିଜିନରେ ଦମଦାର ପ୍ରଦର୍ଶନ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଆଇପିଏଲର ୩୬ତମ ମୁକାବିଲାରେ ଦୟନୀୟ ବ୍ୟାଟିଂ କରିଥିଲା। ଦଳର ବ୍ୟାଟସମ୍ୟାନ ସନରାଇଜର୍ସ ହାଇଦ୍ରାବାଦ ବୋଲରଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିଲେ। ଦଳ ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୧୬ ଓଭରରେ ମାତ୍ର ୬୮ ରନରେ ଅଲଆଉଟ୍ ହୋଇଥିଲା। ଚଳିତ ସିଜିନରେ ଏହା କୌଣସି ଦଳ ଦ୍ଵାରା ସର୍ବନିମ୍ନ ସ୍କୋର। କେବଳ ଦୁଇ ଜଣ ବ୍ୟାଟସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ସୁୟସ ପ୍ରଭୁଦେଶାଇ ୧୫ ଏବଂ ଗ୍ଲେନ ମ୍ୟାକ୍ସଓ୍ଵେଲ ୧୨ ରନ ରନ କରିଥିଲେ।

ବିଜୟ ଲକ୍ଷ୍ୟକୁ ପିଛା କରି ହାଇଦ୍ରାବାଦର ଦୁଇ ଓପନର ଦମଦାର ବ୍ୟାଟିଂ କରିଥିଲେ। ଚିରାଚରିତ ଶୈଳୀରେ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟରେ ୭.୨ ଓଭରରେ ୬୪ ରନ ଯୋଡିଥିଲେ।। ଅଭିଷେକ ଶର୍ମା ୨୮ ବଲରୁ ୮ ଚୌକା ଏବଂ ୧ ଛକା ସହ ୪୭ ରନ କରି ଆଉଟ୍ ହୋଇଥିଲେ। ଅଧିନାୟକ କେନ ଓ୍ଵିଲିୟମସନ ୧୬ ରନ ଏବଂ ରାହୁଲ ତ୍ରିପାଠୀ ୭ ରନରେ ଅପରାଜିତ ଥିଲେ। ଏଥିସହ ହାଇଦ୍ରାବାଦ ୮ ଓଭରରେ ୧ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।

ବେଙ୍ଗାଲୁରୁ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦ୍ଵିତୀୟ ଓଭରରେ ୩ଟି ଓ୍ଵିକେଟ୍ ହରାଇ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାର୍କୋ ଜନସେନ ଫାଫ ଡୁପ୍ଲେସିସ୍‌(୫), ବିରାଟ କୋହଲି(୦) ଏବଂ ଅନୁଜ ରାଓ୍ଵତ(୦) ଖାତା ଖୋଲିବା ପୂର୍ବରୁ ପାଭିଲିୟନ ପଠାଇଥିଲେ। ବିରାଟ କୋହଲି କ୍ରମାଗତ ଦ୍ଵିତୀୟ ଥର ଗୋଲ୍ଡେନ ଡକର ଶିକାର ହୋଇଛନ୍ତି। ଏହା ପରେ ଗ୍ଲେନ ମ୍ୟାକ୍ସଓ୍ଵେଲ(୧୨) ଏବଂ ପ୍ରଭୁ୍‌ଦେଶାଇ(୧୫) ଦୁଇ ଅଙ୍କ ଛୁଇଁ ପାରିଥିଲେ। ତେବେ ଫର୍ମରେ ଥିବା ଦିନେଶ କାର୍ତ୍ତିକ ଚଳିତ ଆଇପିଏଲରେ ପ୍ରଥମ ଥର ଖାତା ଖୋଲି ପାରିନଥିଲେ। ପୁଣି ଶାହବାଜ ଅହମ୍ମଦ(୭), ହର୍ଷଲ ପଟେଲ(୪) ପାଭିଲିୟନ ଫେରିଥିଲେ। ଶେଷ ଆଡକୁ ଓ୍ଵାନିନ୍ଦୁ ହସରଙ୍ଗା ୮ ଓ ମହମ୍ମଦ ସିରାଜ ୨ ରନ କରିଥିଲେ। ବେଙ୍ଗାଲୁରୁ ୧୬ ଓଭରରେ ୬୮ ରନରେ ଅଲଆଉଟ୍ ହୋଇଛି।

ହାଇଦ୍ରାବାଦ ପକ୍ଷରୁ ମାର୍କୋ ଜନସେନ ୨୫ ରନ ଦେଇ ୩ଟି, ଟି ନଟରାଜ ୧୦ ରନ ଦେଇ ୩, ଜଗଦୀଶ ସୁଚିତ ସୁଚିତ ୨ଟି ଓ୍ଵିକେଟ୍ ନେଇ ବେଙ୍ଗାଲୁରୁର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ।

Comments are closed, but trackbacks and pingbacks are open.