ପଞ୍ଜାବ ସରକାରଙ୍କ ମନ୍ତ୍ରୀଙ୍କ ବିଦେଶ ଯାତ୍ରା ଉପରେ ରୋକ୍‌

26

ନୂଆଦିଲ୍ଲୀ : ପଞ୍ଜାବର ଆପ୍ ସରକାରଙ୍କ ଶକ୍ତି ମନ୍ତ୍ରୀ ଅମନ ଆରୋରାଙ୍କ ୟୁରୋପ ଯାତ୍ରା ଉପରେ କେନ୍ଦ୍ର ସରକାର ରୋକ୍ ଲଗାଇଛନ୍ତି । ମନ୍ତ୍ରୀ ଆରୋରା ବେଲ୍‌ଜିୟମ୍‌, ଜର୍ମାନୀ ଏବଂ ନେଦରଲାଣ୍ଡ୍ ଗସ୍ତକରି ହାଇଡ୍ରୋଜେନ୍ କ୍ଷେତ୍ରରେ ନବୀନତମ ବିକାଶ ସମ୍ପର୍କରେ ସୂଚନା ହାସଲ କରିବା କାର୍ଯ୍ୟକ୍ରମ ଥିଲା । ଅମନ ଆରୋରା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଏହି ତିନିଟି ଦେଶ ଯାତ୍ରା କରିବାକୁ ଚାହିଁଥିଲେ । ତେବେ କେନ୍ଦ୍ର ସରକାର କେଉଁ କାରଣରୁ ତାଙ୍କ ୟୁରୋପ ଯାତ୍ରା ଉପରେ କଟକଣା ଲଗାଇଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ । ଅପରେସନ୍ ଲୋଟସ୍‌ରେ ଆପ୍ ବିଧାୟକଙ୍କୁ କିଣିବା ଏବଂ ଧମକ ଦେବା ମାମଲାରେ ଏଫ୍‌ଆଇଆର୍ କରିଥିବା ୧୦ ଅଭିଯୋଗକାରୀଙ୍କ ମଧ୍ୟରେ ଅମନ ଚୋପ୍ରା ଅନ୍ୟତମ ।

Comments are closed, but trackbacks and pingbacks are open.