ମନୀଷ ସିସୋଦିଆ ଙ୍କ ସହିତ ୧୩ ଜଣଙ୍କୁ ବିଦେଶ ଯାତ୍ରା ଉପରେ ରୋକ

31

ନୂଆଦିଲ୍ଲୀ : ନୂତନ ଅବକାରୀ ନୀତିରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସମେତ ୧୩ ଜଣଙ୍କ ବିରୋଧରେ ଲୁକ୍ଆଉଟ୍ ସର୍କୁଲାର ଜାରି କରାଯାଇଛି। ସିବିଆଇ ଦ୍ୱାରା ଏହି ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଛି I ଏହି ସର୍କୁଲାର ଜାରି କରିବା ପରେ ମନୀଷ ସିସୋଦିଆ ଓ ଅନ୍ୟ ବ୍ୟକ୍ତିମାନେ ଦେଶ ବାହାରକୁ ଯାଇପାରିବେ ନାହିଁ , ଯଦି ଏପରି କରନ୍ତି ତେବେ ତାଙ୍କୁ ହେପାଜତରେ ନିଆଯିବ I ସିବିଆଇ ରେଡ ପରେ ମନୀଷ ସିସୋଦିଆ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ମୋଦୀ ସରକାରଙ୍କ ଉପରେ ବର୍ଷିଥିଲେ । ଦିଲ୍ଲୀ ଶିକ୍ଷା କ୍ଷେତ୍ରରେ ଅଗ୍ରଗତି କରୁଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ସହିପାରୁନାହାଁନ୍ତି । ତେଣୁ ଇଡି ଓ ସବିଆଇ ଜରିଆରେ ଷଡଯନ୍ତ୍ର କରି ତାଙ୍କୁ ହଇରାଣ କରିବାକୁ ଚାହାଁନ୍ତି । ମୋଦୀ କେବଳ ଅନ୍ୟ ଦଳୀୟ ସରକାରଙ୍କୁ ତଳିତଳାନ୍ତ କରିବାକୁ ସ୍ୱପ୍ନ ଦେଖୁଛନ୍ତି ବୋଲି କହିଥିଲେ । ଏହାସହ ତାଙ୍କୁ ୨/୩ ଦିନ ମଧ୍ୟରେ ଗିରଫ କରାଯାଇପାରେ ବୋଲି ମଧ୍ୟ ଭବିଷ୍ୟବାଣୀ କରିଥିଲେ ସିସୋଦିଆ । ଏହା ପରେ ପରେ ତାଙ୍କ ସହ ଅନ୍ୟ ୧୪ ଜଣଙ୍କ ବିରୋଧରେ ସିବିଆଇ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି ।

Comments are closed, but trackbacks and pingbacks are open.