୪ ଦଫା ଦାବି ନେଇ ଆଜି ବାମରା ବନ୍ଦ

26

କୁଚିଣ୍ଡା ୨୮-୦୮ (ପି.ଏନ.ଏ) : ୪ ଦଫା ଦାବି ନେଇ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ବାମରା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ସକାଳ ୮ଟାରୁ ଅନିର୍ଦିଷ୍ଟ କାଳ ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି ଏହା ସହିତ ଦୋକାନ ବଜାର ବନ୍ଦ ସାଙ୍ଗକୁ ସରକାରୀ ଓ ବେସରକାରୀ ଅନୁଷ୍ଠାନ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ବାମରାସ୍ଥିତ ମୁକ୍ତିଧାମ ଭାଙ୍ଗାରୁଜା କରିଥିବା ବ୍ୟକ୍ତି ଓ ଜମି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଜମି ମାଫିଆଙ୍କ ନାମରେ ଜାରି କରାଯାଇଥିବା ପଟ୍ଟାକୁ ରଦ୍ଦ କରାଯିବା, ମୁକ୍ତିଧାମ ସଂଲଗ୍ନ ସରକାରୀ ଜମିକୁ ମୁକ୍ତିଧାମ ନାମରେ ପଟ୍ଟା ପ୍ରଦାନ କରାଯିବା ସହ ଶବଦାହ ଗୃହ ନିର୍ମାଣ କରାଯିବାକୁ ଦାବି କରାଯାଇଛି। ଏହାବାଦ ପୂର୍ବ ରେଳ ଫାଟକ ସମେତ ଅନ୍ୟ ଦୁଇଟି ସ୍ଥାନରେ ଅଣ୍ଡର ପାସ ନିର୍ମାଣ, ଝାରସୁଗୁଡା ଆରପିଏଫ ଇନ୍ସପେକ୍ଟରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ବାମରାରେ ରେଳ ବିଭାଗ ପକ୍ଷରୁ କ୍ୟାମ୍ପ କରି ସମନ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଦାବି ନେଇ ମୁକ୍ତିଧାମ ନିର୍ମାଣ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି।

ପ୍ରଶାସନ ଦାବି ପୂରଣ ନ କରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲି ରହିବ ବୋଲି ସଭାପତି ମୁକ୍ତିଧାମ କମିଟି ପକ୍ଷରୁ କୁହାଯାଇଛି। ଏପରିକି ପ୍ରଶାସନ ଦାବି ପୂରଣ କଲେ ତୁରନ୍ତ ଉଠିଯିବୁ ବୋଲି କହିଛନ୍ତି। ବାମରା ବନ୍ଦ ଡାକରାକୁ ବାମରା ନାଗରିକ କମିଟି, ମାର୍ଚେଣ୍ଟ ଆସୋସିଏଶନ, ରେଲ କ୍ରିୟାନୁଷ୍ଠାନ କମିଟି, ସାମ୍ବାଦିକ ସଂଘ ଓ ଚାଷୀ ସଂଗଠନ ସମେତ ଜନସାଧାରଣ ସହଯୋଗ କରିଛନ୍ତି।

Comments are closed, but trackbacks and pingbacks are open.