ବାଲେଶ୍ୱର ଟ୍ରେନ୍‌ ଟ୍ରାଜେଡି; ଦୁର୍ଘଟଣାସ୍ଥଳକୁ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

28

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ରେଳ ଦୁର୍ଘଟଣାର ସମୀକ୍ଷା ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହାସହିତ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳକୁ ମଧ୍ୟ ଆସି ପାରନ୍ତି। ଘଟଣା ସ୍ଥଳକୁ ଆସି ସ୍ଥିତିର ସମୀକ୍ଷା କରିବା ସହିତ ଆହତ ମାନଙ୍କୁ ଭେଟିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ବାହାନଗା ପରେ କଟକ ଯାଇ ମୋଦି ସମୀକ୍ଷା ବୈଠକ କରିବେ ବୋଲି ସୂଚନା ମିଳିଛି।

ଏହି ଟ୍ରେନ ଦୁର୍ଘଟଣାରେ ଶତାଧିକ ଲୋକ ମୃତ୍ୟୁବରଣ କରିଥିବା ବେଳେ ୧୦୦୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାରେ ସଂପୂର୍ଣ୍ଣ ଦେଶ ସ୍ତବ୍ଧ ହୋଇପଡିଛି । ଦୁର୍ଘଟଣା ସ୍ଥଳରେ ଏନଡିଆରଏଫ, ଭାରତୀୟ ସ୍ଥଳ ସେନା, ବାୟୁସେନା, ରାଜ୍ୟ ଉଦ୍ଧାର କାରୀ ଦଳ, ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି ।

ଅନ୍ୟପଟେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସକାଳେ ଦୁର୍ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ସ୍ଥିତି ସମୀକ୍ଷା ପରେ ରେଳ ମନ୍ତ୍ରୀ କହିଛନ୍ତି, ଦୁର୍ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ବର୍ତ୍ତମାନ ସମୟରେ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଛି। ଆହତ ଯାତ୍ରୀଙ୍କୁ ଉତ୍ତମ ଚିକତ୍ସା ଯୋଗାଇଦେବାକୁ ପ୍ରୟାସ କରାଯାଉଛି। ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବ।

Comments are closed, but trackbacks and pingbacks are open.