ଅବଦୁଲ କଲାମ ଦ୍ବୀପରୁ ବାଲେଷ୍ଟିକ ମିସାଇଲ ଅଗ୍ନୀ-୫ର ସଫଳ ପରୀକ୍ଷଣ, ଲକ୍ଷ୍ୟ ଭେଦ କ୍ଷମତା ୫୫୫୦ରୁ ୮୦୦୦ କିଲୋମିଟର

30

ଧାମରା: ଭାରତର ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍ ମିସାଇଲ୍ ଅଗ୍ନି-୫ ର ସଫଳ ପରୀକ୍ଷଣ । ଭଦ୍ରକ ଜିଲ୍ଲା ଧାମରାର ଅବଦୁଲ କଲାମ ଦ୍ୱୀପରୁ ଏହି ପରୀକ୍ଷଣ ହୋଇଛି । ରାତ୍ରୀକାଳୀନ ପରୀକ୍ଷଣ କଲା ଷ୍ଟାଟେଜିକ୍ ଫୋର୍ସ କମାଣ୍ଡ । ପରୀକ୍ଷଣ ବେଳେ ଡିଆରଡିଓର ବୈଜ୍ଞାନିକ ମାନଙ୍କ ସହିତ ଉପସ୍ଥିତ ଥିଲେ ପ୍ରତିରକ୍ଷା ବିଭାଗ ସଚିବ । ମିସାଇଲ ପରୀକ୍ଷାର ସଫଳତା ନେଇ ସୂଚନା ଦେଲା ପ୍ରତିରକ୍ଷା ବିଭାଗ। ଏହାର ଲକ୍ଷ୍ୟଭେବ କ୍ଷମତା ରହିଛି ୫୫୫୦ରୁ ୮୦୦୦ କିଲୋମିଟର ।

ପୂର୍ବରୁ ଅଗ୍ନୀ-5 କ୍ଷେପଣାସ୍ତ୍ରକୁ 5 ହଜାର କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଥିବାବେଳେ, ଆଜି ଏହାକୁ ବର୍ଦ୍ଧିତ କରାଯାଇ ଲକ୍ଷ୍ୟଭେଦ କ୍ଷ୍ୟମତା 5400 କିଲୋମିଟର ପର୍ଯ୍ୟନ୍ତ ସଫଳତାର ସହିତ ପରୀକ୍ଷା କରାଯାଇଛି । କେନିଷ୍ଟାରରୁ ପରୀକ୍ଷା କରାଯାଇଥିବା ଏହି ମିସାଇଲ ଉତ୍‌କ୍ଷେପଣ ପରେ ବାୟୁମଣ୍ଡର ବାହାରକୁ ଚାଲିଯାଇଥାଏ । ଫଳରେ ଶତୃ୍ପକ୍ଷ୍ୟର ସାଟେଲାଇଟ୍‌ ଏହାକୁ ଚିହ୍ନଟ କରିବାରେ ବିଫଳ ହୋଇଥାଏ । ବାୟୁମଣ୍ଡଳ ବାହାରୁ ଅଗ୍ନୀ-5 କ୍ଷେପଣାସ୍ତ୍ର ଟାର୍ଗେଟ୍‌କୁ ଚିହ୍ନଟ କରି ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥାଏ । ଏଥିରେ 1500 କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇପାରିବ । ଅଗ୍ନୀ-5 ମିସାଇଲର ଲମ୍ବ ସାଢେ 17 ମିଟର, ମୋଟେଇ 2 ମିଟର ଓ ଓଜନ 50 ହଜାରରୁ 56 ହଜାର କିଲୋଗ୍ରାମ । ଅଗ୍ନୀ-5 କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ ଅଞ୍ଚଳ ମଧ୍ୟରେ ଚିନ୍‌ ରହୁଥିବାରୁ ଏହା ଆନ୍ତର୍ଜାତୀକ ସ୍ତରରେ ଭାରତର ଶକ୍ତି ପ୍ରଦର୍ଶନ ବୋଲି କୁହାଯାଉଛି ।

Comments are closed, but trackbacks and pingbacks are open.