କଟକ : ବାଲିଯାତ୍ରା ର ଅନ୍ତିମ ଦିବସ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବିଶେଷ କରି ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ ସୋ’ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ଲୋକେ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ଏପରିକି ପୁଲିସ ଓ ଲୋକ ହାତାହାତି ମଧ୍ୟ ହୋଇଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଅତିରିକ୍ତ ସିପି ପହଞ୍ଚିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ମୃଦୁ ଲାଠି ଚାଳନା କରାଯାଇଥିବାର ଖବର ମିଳିଛି। ଶ୍ରେୟା ଘୋଷାଲ ଷ୍ଟେଜ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଭିଡ଼ରେ ଧସ୍ତାଧସ୍ତିରେ ଜଣେ ଯୁବକ ଏବଂ ଜଣେ ଯୁବତୀ ଅଚେତ୍ ହୋଇପଡିଥିଲେ । ସଙ୍ଗେ ସଙ୍ଗେ ୨ ଅଚେତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲକୁ ନିଆଯାଇଥିଲା l
Comments are closed, but trackbacks and pingbacks are open.