ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

292

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ। ମୁଖ୍ୟ ହସ୍ପିଟାଲରେ ଆଜି ସକାଳେ ସର୍ଟସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟି ହାଉସକିପିଂ ୟୁନିଟ୍ କ୍ଷତିଗ୍ରସ୍ତ ହୋଇଥିବା ଖବର ମିଳିଛି। ରୁମ ଭିତରେ ଫିନାଇଲ, କପଡ଼ା, ସ୍ପିରିଟ, ହସ୍ପିଟାଲରେ ବ୍ୟବହୃତ ସାମଗ୍ରୀ ଷ୍ଟକ୍ ରହିଥିଲା। ତେବେ ଏହି ଅଗ୍ନିକାଣ୍ଡରେ କୌଣସି ଜନଜୀବନ କ୍ଷତିଗ୍ରସ୍ତ ହୋଇନଥିଲେ ମଧ୍ୟ ରୋଗୀ, ଆଟେଣ୍ଡାଣ୍ଟ ଏବଂ ହସ୍ପିଟାଲ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଯାଇଛି। କିଛି ସ୍ଥାନୀୟ ବାସିନ୍ଦା ହସ୍ପିଟାଲର ଏକ କୋଠରୀରୁ ଧୂଆଁ ବାହାରୁଥିବା ଦେଖି ତୁରନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ ଓ ଅଗ୍ନିଶମ କର୍ମଚାରୀମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀର ଏକ ଦଳ ହସ୍ପିଟାଲରେ ପହଞ୍ଚିଥିଲେ। ନିଆଁ ହସ୍ପିଟାଲର ଅନ୍ୟ ଅଂଶକୁ ବ୍ୟାପିବା ପୂର୍ବରୁ ତୁରନ୍ତ ନିୟନ୍ତ୍ରଣକୁ ଆଣିଥିଲେ। ତେବେ ହାଉସକିପିଂ ଷ୍ଟୋର ରୁମରେ ଥିବା ଫିନାଇଲ୍, ପୋଷାକ ଏବଂ ହସ୍ପିଟାଲ ସାମଗ୍ରୀ ଭଳି ଜିନିଷପତ୍ର ଏହି ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିଲା। କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ତାହା ଜାଣିବା ପାଇଁ ହସ୍ପିଟାଲ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

Comments are closed, but trackbacks and pingbacks are open.