ଭୁବନେଶ୍ଵର: ବାଲେଶ୍ଵର ଫକିର ମୋହନ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା କେବଳ ସାରା ଓଡିଶା ନୁହେଁ ବରଂ ସମଗ୍ର ଭାରତରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ରାଜ୍ୟର ବିଜେପି ସରକାରକୁ ଏହି ପ୍ରସଙ୍ଗରେ ଦେଶର ବିରୋଧୀ ଦଳଗୁଡିକ ପ୍ରଶ୍ନ କରୁଛନ୍ତି। ତେବେ ଏହିକ୍ରମରେ ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ମଧ୍ୟ ବିଜେପି କୁ କଡ଼ା ଆକ୍ରମଣ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ମାମଲାରେ ଚୁପ କାହିଁକି ରହିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। ସେ ସାମାଜିକ ଗଣମାଧ୍ୟମରେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ, “ଓଡ଼ିଶାରେ ନ୍ୟାୟ ପାଇଁ ଲଢ଼ୁଥିବା ଝିଅର ମୃତ୍ୟୁ, ସିଧାସଳଖ ବିଜେପି ବ୍ୟବସ୍ଥା ଦ୍ୱାରା ଏକ ହତ୍ୟା। ସେହି ସାହସୀ ଛାତ୍ରୀ ଯୌନ ଶୋଷଣ ବିରୁଦ୍ଧରେ ସ୍ୱର ଉଠାଇଥିଲେ – କିନ୍ତୁ ନ୍ୟାୟ ବଦଳରେ ତାଙ୍କୁ ବାରମ୍ବାର ଧମକ, ହଇରାଣ, ଅପମାନିତ କରାଯାଇଥିଲା ଯେଉଁମାନେ ତାଙ୍କୁ ସୁରକ୍ଷା ଦେବା କଥା, ସେମାନେ ତାଙ୍କୁ ଭାଙ୍ଗି ଚାଲିଥିଲେ। ପ୍ରତ୍ୟେକ ଥର ପରି ବିଜେପି ବ୍ୟବସ୍ଥା ଅଭିଯୁକ୍ତଙ୍କୁ ସୁରକ୍ଷା ଦେଇ ଚାଲିଥିଲା – ଏବଂ ଏକ ନିର୍ଦ୍ଦୋଷ ଝିଅଟି ନିଜକୁ ଜାଳି ଦେବାକୁ ବାଧ୍ୟ କରିଥିଲା। ଏହା ଆତ୍ମହତ୍ୟା ନୁହେଁ, ଏହା ବ୍ୟବସ୍ଥା ଦ୍ୱାରା ଏକ ସଂଗଠିତ ହତ୍ୟା। ମୋଦି ଜୀ, ଓଡ଼ିଶା ହେଉ କି ମଣିପୁର – ଦେଶର ଝିଅମାନେ ଜଳୁଛନ୍ତି, ଭାଙ୍ଗି ପଡୁଛନ୍ତି, ମରୁଛନ୍ତି। ଆଉ ଆପଣ? ଆପଣ ଚୁପ୍ ବସିଛନ୍ତି। ଦେଶ ଆପଣଙ୍କ ନୀରବତା ଚାହେଁ ନାହିଁ, ଏହା ଉତ୍ତର ଚାହେଁ। ଭାରତର ଝିଅମାନେ ସୁରକ୍ଷା ଏବଂ ନ୍ୟାୟ ଚାହାଁନ୍ତି।”
Comments are closed, but trackbacks and pingbacks are open.