ସନ୍ତୁଳିତ ଜୀବନଚର୍ଯ୍ୟା ସ୍ମୃତିଶକ୍ତି ହ୍ରାସ ସମସ୍ୟାକୁ ରୋକି ପାରିବ: କିମ୍‍ସ ବିଶେଷଜ୍ଞ

55

ଭୁବନେଶ୍ୱର,୨୧ା୯: ବୟସ୍କାଧିକ୍ୟ ଯୋଗୁଁ ସ୍ମୃତି ଶକ୍ତି ହ୍ରାସ ଏକ ସାଧାରଣ ସମସ୍ୟା ହୋଇଥିବା ବେଳେ ଏବେ ୬୦ବର୍ଷରୁ କମ୍‍ ବୟସର ଲୋକଙ୍କଠାରେ ଏହି ସମସ୍ୟା ଦେଖା ଦେବା ଚିନ୍ତାର କାରଣ ପାଲଟିଛି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ମଦ୍ୟପାନ, ଧୂମପାନ, ଅନିଦ୍ରା, ଖାଦ୍ୟ ଏବଂ ଜେନେଟିକ୍ କାରଣ ଆଦି ଯୋଗୁଁ ଅଲଜାଇମର ଡିମେନ୍ସିଆ (ସ୍ମୃତି ଶକ୍ତି ହ୍ରାସ) ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ ବୋଲି କିମ୍‍ସ ସ୍ନାୟୁ ରୋଗ ବିଶେଷଜ୍ଞ ଡା. ସନ୍ତୋଷ କୁମାର ଦାଶ କହିଛନ୍ତି ।

ଏକ ଆକଳନକୁ ନେଇ ଡା. ଦାଶ କହିଛନ୍ତି ୨୦୨୦ ସୁଦ୍ଧା, ବିଶ୍ୱର ୫୦ ନିୟୁତ ଲୋକ ଅଲଜାଇମର ଡିମେନ୍ସିଆରେ ଆକ୍ରାନ୍ତ ହୋଇଥିବା ବେଳେ ୨୦୫୦ ସୁଦ୍ଧା ଏହି ସମସ୍ୟା ୧୫୨ ନିୟୁତକୁ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ଏହି ରୋଗରେ ଆକ୍ରାନ୍ତ ହେଲେ ରୋଗୀ ନିଜ ପରିବାର ସଦସ୍ୟଙ୍କୁ ଚିହ୍ନିବାରେ ଅସମର୍ଥ ହୋଇଥାନ୍ତି । ଏଥିସହ ମଳ, ମୂତ୍ର ଆଦିକୁ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଯାଆନ୍ତି ।

ରୋଗରେ ଆକ୍ରାନ୍ତ ହେବା ପ୍ରାରମ୍ଭରୁ ରକ୍ତଚାପ, ରକ୍ତ ଶର୍କରା, ମେଦ ବହୁଳତାକୁ ନିୟନ୍ତ୍ରଣ କରାଗଲେ ରୋଗକୁ ରୋକାଯାଇପାରେ ବୋଲି ଡ. ଦାଶ କହିଛନ୍ତି । ଆଜି ପର୍ଯ୍ୟନ୍ତ ଗବେଷକମାନେ ମସ୍ତିଷ୍କର ଏଭଳି ରୋଗ ଉପଶମ ପାଇଁ ଉପଯୁକ୍ତ ଉପାୟ ପାଇ ନାହାନ୍ତି । କିନ୍ତୁ ଡିମେନ୍ସିଆ ଆରମ୍ଭକୁ ରୋକିବା ପାଇଁ ଉପାୟ କରାଯାଇପାରିବ ।

ଏହି ରୋଗ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ଏବଂ ପ୍ରାରମ୍ଭିକ ଚିହ୍ନଟ ପ୍ରକ୍ରିୟା ଚିକିତ୍ସାରେ ସହାୟକ ହୋଇପାରିବ ବୋଲି ଡା. ଦାଶ କହିଛନ୍ତି । ଅଲଜାଇମର ରୋଗୀଙ୍କୁ ନେଇ ସେମାନଙ୍କ ପରିବାର ଅନେକ ସମସ୍ୟାର ସମ୍ମୁଖନୀ ହୋଇଥାନ୍ତି । ତେବେ ଡା.ଦାଶ ସ୍ପଷ୍ଟ କରିଛନ୍ତି, ସମସ୍ତ ସ୍ମୃତିଶକ୍ତି ହ୍ରାସ ଡିମେନ୍ସିଆ ନୁହେଁ, ତେଣୁ ସଫଳ ଚିକିତ୍ସା ହେଲେ ପାଇଁ ଡାକ୍ତରଙ୍କ ପରାମର୍ଶ ନିଆଯିବା ଉଚିତ ।

Comments are closed, but trackbacks and pingbacks are open.