ବେକେରୀ ରେ ଅଗ୍ନିକାଣ୍ଡ:ଗୋଟିଏ ପରିବାରରୁ ୨ ମୃତ ୩ ଗୁରୁତର

35

ଗତକାଲି ରାୟଗଡସ୍ଥିତ କଲ୍ୟାଣସିଂପୁର ଅନ୍ତର୍ଗତ ଶିଖରପାଇରେ ଅଭାବନୀୟ ଘଟଣା ଘଟିଥିଲା। ଘରଭିତରେ ଥିବା ଏକ ବେକେରିରେ କୌଣସି କାରଣରୁ ଅଗ୍ନିକାଣ୍ଡ ଘଟି ଗୋରିଏ ପରିବାରରୁ ୫ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ I ତେବେ ଚିକିତ୍ସିତ ଅବସ୍ଥାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ବାପା ଦୟାନଧି ବେହେରା ଓ ମା’ ଲକ୍ଷ୍ମୀ ବେହେରାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ସେମାନଙ୍କର ମୃତ୍ୟୁ ଘଟିଛି । ପରିବାରର ୨ ପୁଅ ଓ ଜଣେ ବୋହୂଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅଗ୍ନିକାଣ୍ଡ ର ସଠିକ ଖବର ଏଯାଏଁ ଜଣାପଡି ନାହିଁ I

Comments are closed, but trackbacks and pingbacks are open.