ବ୍ରୋଞ୍ଜ ଜିତିଲେ ବଜରଙ୍ଗ ପୁନିଆ

29

ଭାରତୀୟ ପହିଲିମାନ ବଜରଙ୍ଗ ପୁନିଆ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଛନ୍ତି । ବଜରଙ୍ଗ ଫ୍ରିଷ୍ଟାଇଲ୍‌ କୁସ୍ତି ରେ ୬୫ କିଗ୍ରା ବର୍ଗରେ ୮-୦ରେ ବିଜୟୀ ହୋଇଛନ୍ତି।ବଜରଙ୍ଗ ପୁନିଆ ସେମିରେ ଆଜରବାଇଜାନର ହାଜି ଅଲିୟେଭଙ୍କ ନିକଟରୁ ୧୨-୫ ପଏଣ୍ଟରେ ହାରିଥିଲେ। କିନ୍ତୁ ଆଜି ସେ ଜବରଦସ୍ତ କମବ୍ୟାକ୍‌ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ପ୍ରଥମ ପରିୟସ ଶେଷ ବେଳକୁ ବଜରଙ୍ଗ ୨-୦ରେ ଆଗୁଆ ଥିଲେ।

ପଦକ ଜିତିବା ପରେ ସାରା ଭାରତରେ ଏବେ ଉତ୍ସବ ପାଳନ କରାଯାଉଛି। ସେପଟେ ପ୍ରଥମ ଥର ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି ଜାଭେଲିନ୍‌ ଫିଙ୍ଗାଳୀ ନୀରଜ ଚୋପ୍ରା।ଏହି ବିଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୬ରେ ପହଞ୍ଚିଛି। ୨୦୧୨ ଅଲିମ୍ପିକ୍ସରେ ମଧ୍ୟରେ ଭାରତ ସମାନ ୬ଟି ପଦକ ଜିତିଥିଲା। ବଜରଙ୍ଗ ପୂର୍ବରୁ ୫୭ କେଜି ଫ୍ରି ଷ୍ଟାଇଲ ରେସଲିଂରେ ରବି କୁମାର ଦାହିୟା ଭାରତ ପାଇଁ ରୌପ୍ୟ ପଦକ ଜିତିଥିଲେ।

ଏସିଆନ୍‌ ଗେମ୍ସ (୨୦୧୪) ରେ ବଜରଙ୍ଗ ସିଲଭର ମେଡାଲ ଜିତିଥିଲେ । ୨୦୧୮ର ହୋଇଥିବା କମନଓ୍ବେଲ୍ଥ ଗେମ୍ସ ଏବଂ ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିଣିଥିଲେ । ଏହା ପରେ ସେ ଅଲିମ୍ପିକ୍‌ରେ ମଧ୍ୟ ସ୍ୱର୍ଣ୍ଣ ଜିତିବେ ବୋଲି ଆଶା କରାଯାଉଥିଲା । କିନ୍ତୁ ସେ ସେମିଫାଇନାଲ୍‌ରେ ପରାସ୍ତ ହେବା ପରେ ଗୋଲ୍ଡ ମେଡାଲ୍‌ ଆଶା ମଉଳିଥିଲା । ତେବେ ବ୍ରୋଞ୍ଜ ମେଡାଲ ଜିତି ଆଉ ଏକ ପଦକ ସଂଖ୍ୟା ବୃଦ୍ଧି କରିଛନ୍ତି I

Leave A Reply

Your email address will not be published.